-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
24-Feb-2022
ବୌଦ୍ଧ(ପ୍ରେରଣା ଖବର): ବୌଦ୍ଧ କେନ୍ଦ୍ରେୀୟ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦ୍ୱିତିୟ ପରିଚାଳନା କମିଟି ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ଛାତ୍ର ଛାତ୍ରୀ ପାଶ କରିଥିବା ସୁଚନା ଦେଇଥିଲେ । ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିବା, ସିବିଏସଇ ବୋର୍ଡ ପରୀକ୍ଷା ବନ୍ଦ ରହିବା, ସମସ୍ତ ଶ୍ରେଣୀ ପାଇଁ ହେଉଥିବା ଅନଲାଇନ କ୍ଳାସ ଓ ଅଫଲାଇନ ଶିକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । କୋଭିଡ ୧୯ ଯୋଗୁଁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରିନଥିବାରୁ ସେଥିପାଇଁ ଜିଲା ମୁଖ୍ୟ
ଚିକିତ୍ସାଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇସାରିଥିବାବେଳେ ଅଭିଭାବକ ମାନଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ, ବିଦ୍ୟାଳୟ ବାହାରେ ଡଷ୍ଟବିନର ବ୍ୟବସ୍ଥା ଓ ବିଦ୍ୟାଳୟ ସାମନାକୁ ପରିଷ୍କାର କରିବା ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅନୁରୋଧ କରାଯାଇଥିଲା । ଏହାସହ ବିଦ୍ୟାଳୟରେ ଥିବା ପମ୍ପ ହାଉସ ନିକଟରେ ବଡ ଗେଟ ନିର୍ମାଣ, ବିଦ୍ୟାଳୟ ସମ୍ମୁଖରେ ସ୍ପିଡବ୍ରେକର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ , ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟୋମି , ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂହ, ଅଭିଭାବକ ସଦସ୍ୟା ଶିକ୍ଷୟିତ୍ରୀ ଅନୁସୟା ପାଣିଗ୍ରାହୀ ବ୍ରହ୍ମାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ର, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା. ଅମରେନ୍ଦ୍ର ଦଳବେହେରା,ହିରଣ୍ମୟ ଭୁକ୍ତା, ଓ ପ୍ରଭାତ କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।