-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ରାଜ୍ୟ

ଷ୍ଟ୍ରଙ୍ଗ୍ ରୁମ୍ ରେ ହେରଫେର ସନ୍ଦେହରୁ ପ୍ରାର୍ଥିନୀଙ୍କ ଧାରଣା  :  ଅନ୍ଧାରୁଆ କରି  ଭିତରୁ ସଟର୍ ବନ୍ଦ କରିଥିଲେ କାହିଁକି  ? 

24-Feb-2022



ବଲାଙ୍ଗୀର:  ଗତକାଲିଠାରୁ ବେଲପଡା ବ୍ଲକ୍ ପରିସରରେ ଭୋଟ୍ ବାକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ ରେ ହେରଫେର ସନ୍ଦେହ କରି ସେଠାକାର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିନୀଙ୍କ ପକ୍ଷରୁ ଅଭିଯୋଗ ଓ ଧାରଣା କରାଯାଇଥିଲା । ଆଜି ପୂର୍ବାହ୍ନରେ ବିଡିଓ ତଥା ନିର୍ବାଚନ ଅଧିକାରୀ ଭିକ୍ଟର ସୋରେଙ୍ଗ୍ ଅଧିକ ଆଲୋକ ଓ ସିସିଟିଭି କ୍ୟାମେରା  ଡିସ୍ ପ୍ଲେ ଲଗାଇବା ଦାବିକୁ ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । 

ଅଭିଯୋଗରୁ ପ୍ରକାଶ ଯେ , ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର  ବେଲପଡା , ଖପ୍ରାଖୋଲ ଓ ପାଟଣାଗଡ ତିନୋଟି ବ୍ଲକ୍ ରେ ପ୍ରଥମ ପର୍ଯ୍ୟାୟର ଭୋଟଗ୍ରହଣ ପରେ ବେଲପଡା ବ୍ଲକ୍ ରେ ଷ୍ଟ୍ରଙ୍ଗ୍ ରୁମ୍ କରାଯାଇ ଭୋଟବାକ୍ସ ଗୁଡିକୁ ରଖାଯାଇଛି । ବ୍ଲକ୍ ପରିସରରେ ଗୋଟିଏ ସଟର୍ ଲଗାଘରର ୪ ଟି କୋଠରୀରେ ସେଠାକାର ତିନୋଟି ଯୋନ୍ ର ଭୋଟ୍ ବାକ୍ସ  ୩ ଟି ରୁମ୍ ରେ ରଖାଯାଇଥିବାବେଳେ ଗୋଟିଏ ରୁମ୍ ରେ ପୁଲିସ୍ ସୁରକ୍ଷାକର୍ମୀମାନେ ରହୁଛନ୍ତି । କାଲି ସେଠାରେ ୨ / ଜଣ ବ୍ୟକ୍ତି ଭିତରେ ପଶିଥିବା ସହ ଅନ୍ଧାରୁଆଥିବା ସେହି ଘରଟିର ଭିତରପଟୁ ସଟର୍ ଦେଇଦେବାରୁ ସେମାନଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା । ତା' ସହ କିଛିଦିନତଳେ କଣ୍ଟାମାଳ ଅଞ୍ଚଳରେ ଷ୍ଟ୍ରଙ୍ଗ୍ ରୁମ୍ ଭିତରକୁ ସେଠାକାର ବିଡିଓ ଦୁଇ ତିନିଜଣ ଲୋକଙ୍କ ସହ ପଶିଥିବା ନେଇ ଏକ ସନ୍ଦିଗ୍ଧଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ତାହା ପଢି , ସେମାନେ ଏଠାରେ ମଧ୍ୟ ଭୋଟବାକ୍ସରେ ହେରଫେର ଆଶଙ୍କା କରି ଅଭିଯୋଗ କରିଥିଲେ । ବିଡିଓ ପହଞ୍ଚିବାରୁ ସେହି ସାଦାପୋଷାକଧାରୀ ବ୍ୟକ୍ତିମାନେ ସେମାନଙ୍କ ପୁଲିସ୍ ପୋଷାକ ପିନ୍ଧି ପକାଇବାରୁ ସେମାନେ ସୁରକ୍ଷାକର୍ମୀ ବୋଲି ଜଣାପଡିଥିଲା । ନିର୍ବାଚନ ଅଧିକାରୀ ମଧ୍ୟ ସେଠାରେ ଲାଇଟ୍ ଜଳୁ ନଥିବା ନେଇ ପୂର୍ବଦିନ ଅଭିଯୋଗ କରିଥିବା କହିଛନ୍ତି । ତେବେ  ସେ ସେଠାରେ ଅଧିକ ଲାଇଟ୍ , ୧୫ଟି ସିସିଟିଭି ଥିବା ସହ ବାହାରେ ଡିସ୍ ପ୍ଲେ କରିବାକୁ ରାଜି ହୋଇଥିଲେ । 
ଏଠାରେ ଭାଜପା ଜିଲ୍ଲାପରିଷଦ ସଦସ୍ୟା ଥିବା ତିନିଜଣ ପ୍ରାର୍ଥିନୀ ଓ ତାଙ୍କ ଲୋକମାନେ ଧାରଣା ଦେଇଥିଲେ ।

ତେବେ ଏହି ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ପିଏସଓ ଏବଂ ପୁଲିସ୍ ପେଟ୍ରୋଲିଂ ଗାଡିରେ ଭଇଁଷା ମସିଣାଛାପର ଓ ଲରମ୍ଭାଥାନାର ପାଣ୍ଡେସରା ଗ୍ରାମରେ ଭୋଟଗ୍ରହଣ ପୂର୍ବରୁ ଭୋଟରଙ୍କୁ ଟଙ୍କାବଣ୍ଟା ଧରାପଡିଥିଲା । ଏପରିସ୍ଥଳେ ପୁଲିସ୍ କର୍ମଚାରୀ ବା ସରକାରୀ ଅଧିକାରୀଙ୍କ ପ୍ରତି ସନ୍ଦେହ ଉପୁଜିବା ସ୍ବାଭାବିକ ବୋଲି କୁହାଯାଉଛି । ତେବେ ଏଠାରେ ଏଭଳି ଅନିୟମିତତା କରାଯିବା ସମ୍ଭବ ନୁହେଁ ବୋଲି ଅଞ୍ଚଳର କେତେକ ବୁଦ୍ଧିଜିବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ କହିଛନ୍ତି । ତଥାପି ଅଧୁନାତନ ନିର୍ବାଚନରେ କ୍ଷମତାଲାଳସା ସମସ୍ତଙ୍କୁ ଘାରିଛି ଓ ଶାସକଦଳ ବିରୋଧରେ ମଧ୍ୟ ଏଭଳି ଅନିୟମିତତାର ଅଭିଯୋଗ କରାଯାଇଆସୁଛି । ତେଣୁ ସବୁଠି ସବୁକିଛି ସମ୍ଭବ ବୋଲି ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like