-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
24-Feb-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା):ବୁଧବାର ରାତି ପାଖାପାଖି ୯ଘଟିକା ସମୟରେ ମଦ୍ୟପ ଯୁବକ ଗାଁ ଦାଣ୍ଡରେ କଲେ ବୋମା ମାଡ | ବାଇକ ଯୋଗେ ଯାଉଥିବା ଯୁବକ ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି | ଘଟଣାକ୍ରମେ ଖଣ୍ଡପଡା ଥାନା ଅଧିନସ୍ଥ ବଡବୋଦସା ଗ୍ରାମର କାମେନା ନାମକ ଜଣେ ଅସାମାଜିକ ମଦ୍ୟପ ବ୍ୟକ୍ତି ରାଜନୈତିକ ହିଂସା ଉପୁଯାଇ ଗାଁ ଦାଣ୍ଡରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦୁଇଟି ବୋମା ଫୁଟାଇ ଥିଲେ | ସେହି ସମୟରେ ପ୍ରଶାନ୍ତ କୁମାର ତରାସିଆ (୩୩) ବାଇକ ଯୋଗେ ଯାଉଥିବା ବେଳେ ସେହି ବୋମାମାଡ ର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀ ଙ୍କ ଠାରୁ ସୂଚନାମିଳିଛି | ତେବେ ପ୍ରଶାନ୍ତ ଙ୍କ ମୁଣ୍ଡ ଟି ସମ୍ପୂର୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ସୂଚନାପାଇ ଖଣ୍ଡପଡା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଏବଂ ଏସଆଇ ଶ୍ରଦ୍ଧା ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |