-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Feb-2022
ଗଞ୍ଜାମ (ଉମା ମହାରଣା) ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର 117ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।କ୍ଳବର ସଭାପତି କାମରାଜୁ ମହାରଣା ଙ୍କ ସଭାପତି ତ୍ବରେ ଅନୁଷ୍ଠିତ ଏଇ ଉତ୍ସବରେ ଡାକ୍ତର ସମ୍ବିତ ବେଗ୍ ରାୟ, ଶୁଭ ଲକ୍ଷ୍ମୀ ମହାନ୍ତ ଯୋଗଦେଇ ଛାତ୍ରୀ ମାନଙ୍କ ଋତୁସ୍ରାବ ଜନିତ
ସମସ୍ୟା ଓ ତାର ନିରାକରଣ ଉପରେ ବିକ୍ଷିପ୍ତ ଭାବେ ଆଲୋଚନା କରିଥିଲେ ଏବଂ ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଂଶୟ ଦୂର କରିଥିଲେ ।ଅନ୍ୟତମ ଅତିଥି ମୀରା ନାୟକ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କିପରି କରାଯାଇ ପାରିବ ତା'ରି
ଉପରେ ବକ୍ତବ୍ଯ ରଖିଥିଲେ ଏବଂ ଛାତ୍ରୀ ମାନଙ୍କୁ ନେଇ କୌଶଳ ପ୍ରଦର୍ଶନ କରାଇଥିଲେ ।ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି ରୋଟାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ସଂପାଦକ ଜୟନ୍ତ କିଶୋର ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା
ରାଓ, ପ୍ରଦୀପ କୁମାର ପଟ୍ଟନାୟକ, ଲିଙ୍ଗରାଜ ନାୟକ, ନାରସୁ ଜେନା, ସମାଜ ସେବୀ ରାକେଶ କୁମାର ସାହୁ, ବାଉରୀବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ, ସଂଯୁକ୍ତା ପାଢୀ, ସୁଷମା ସାହୁ, ବନ୍ଦନା ତ୍ରିପାଠୀ ଦୁଃଖୀ ଶ୍ୟାମ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଉତ୍ସବ ମୁଖରିତ ହୋଇ ଉଠିଥିଲା ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।