-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Feb-2022
ବରଗଡ଼:- ବରଗଡ଼ ଝାଡେଶ୍ୱର ମନ୍ଦିରରେ ସପ୍ତଦିନାତ୍ମକ ମହାଶିବପୁରାଣ ପାରାୟଣ ଆରମ୍ଭ ହୋଇଛି । ବ୍ୟାସ ଶୁକଦେବ ତ୍ରିପାଠୀ ସାତ ଦିନ ଧରି ଝାଡେଶ୍ୱର ମନ୍ଦିର ପରିସରରେ ମହାଶିବପୁରାଣ ପାରାୟଣ ଗାୟନ କରିବେ । ଏ ଅବସରରେ ପଣ୍ଡିତ ଟଙ୍କଧର ସାବତ ଏବଂ ପଣ୍ଡିତ ରଞ୍ଜନ ମହାପାତ୍ର ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ପୂଜକ ମନୋଜ ମହାପାତ୍ର ସହଯୋଗ କରିଥିଲେ । ଝାଡେଶ୍ୱର ମନ୍ଦିର କମିଟୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅମୀୟ ଭୋଇ ଓ ପତ୍ନୀ ଟିକେଶ୍ୱରୀ ଭୋଇ କର୍ତା ଦାୟିତ୍ୱ ତୁଲାଇଥିଲେ । ଆଗାମୀ ଶିବରାତ୍ରୀ ତିଥିରେ ମହାଶିବପୁରାଣ ପାରାୟଣ ଉଦଯାପିତ ହେବ ।