-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
22-Feb-2022
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) : ପ୍ରସିଦ୍ଧ ଧବଳେଶ୍ବର ଶୈବପୀଠ ରେ ଆୟୋଜିତ ହେଉଥିବା ମହାଶିବରାତ୍ରି ମେଳା ର ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଉପରେ ପରିଚାଳନା କମିଟି ତରଫରୁ କଟକଣା ଲାଗୁ କରାଯାଇଛି । ସମସ୍ତ ରୀତିନୀତି , ପ୍ରଥା,ପାରମ୍ପରିକ ରୀତିରେ ସେ ସବୁ ର କାର୍ଯ୍ୟକାରିତା କରାଯିବା ନିଷ୍ପତ୍ତି ନିଆଯାଇଛି । କୋଭିଡ କୁ ଦୃଷ୍ଟିରେ ରଖି ନୂତନ ଭାବେ କୋଭିଡ ନିୟମ ପ୍ରଣୟନ ଓ ତାର କାର୍ଯ୍ୟକାରିତା ନେଇ ବର୍ତ୍ତମାନ ସୁଦ୍ଧା କିଛି ସଠିକ ସରକାରୀ ଗାଇଡ଼ ଲାଇନ ପ୍ରଣୟନ କରାଯାଇ ନ ଥିବା ବେଳେ ଯଦି ସେ ନେଇ କୌଣସି ସୂଚନା ମିଳେ ତେବେ ତାର ବିଚାର କରିବା ଧାର୍ଯ୍ୟ କରାଯାଇଥିବା ନିଷ୍ପତ୍ତି ନିଆଯାଇଛି ।