-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Feb-2022
ପାଟଣାଗଡ଼// ବଲାଙ୍ଗିର ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଲା ସୁକନ୍ୟା ଶକ୍ତି ସଂଗଠନ। ଲୋକଙ୍କ କହିବା ଅନୁସାରେ ଏହି ଗାଁ ରେ ଥିବା ନଳକୂପ ମାନଙ୍କରେ ଦୂଷିତ ଜଳ ବାହାରୁଥିବା ରୁ ଗାଁ ଲୋକେ କୀଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ ହେଉଥିବା ଦେଖିବାକୁ ମିଳୁଛି।ଏ ବିଷୟରେ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ପର୍ଯ୍ୟନ୍ତ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ।ଏ ସମସ୍ୟାର ସମାଧାନ ଦାବିରେ ଲୋକେ ଏଥିର ତ୍ରିସ୍ତରୀୟ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିଥିଲେ।