-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
19-Feb-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶୁକ୍ରବାର ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ୮୫ .୭୧ ଶତକଡ଼ା ମତଦାନ ହୋଇଥିବା ଜଣାପଡିଛି। ବ୍ଲକ ରେ ମୋଟ ୧୪୩ ବୁଥ ରେ ଭୋଟ୍ ଗ୍ରହଣ ବ୍ୟବସ୍ଥା କୁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ତେବେ ଅଧିକାଂଶ ବୁଥ ରେ ସମୟ ସୀମା ଭିତରେ ଭୋଟ୍ ଦାନ ସରି ଥିବା ବେଳେ ଜୋରାଡବରା ଓ ବରୋପଦର ପଞ୍ଚାୟତ ର କିଛି ବୁଥ ସନ୍ଧ୍ୟା ପର୍ଯ୍ୟନ୍ତ ମତ ଦାନ କରାଯାଇଥିବା ଜଣାପଡିଛି।ବ୍ଲକ ସୂତ୍ରରୁ ରୁ ମିଳିଥିବା ସୂଚନା ମୁତାବକ ମୋଟ ୪୨୬୫୯ ରୁ ପୁରୁଷ ଭୋଟ୍ ୧୮୬୦୮ ଓ ମହିଳା ୧୭୯୫୫ ଜଣ ମୋଟ ୩୬୫୬୩ ଜଣ ମତ ସାବ୍ୟସ୍ତ କରିଛନ୍ତି।