-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
19-Feb-2022
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକର ୨୧ ନମ୍ବର ସିନ୍ଧେକେଲା ଜୋନର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ପ୍ରାର୍ଥୀ ଚିରଞ୍ଜିବି ଜାଲ ଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସିନ୍ଧେକେଲା ର ବିଭିନ୍ନ ପଡା ର ଘର ଘର ବୁଲି ପୂର୍ବତନ ବିଧାୟକ ହାଜି ମୋହମ୍ମଦ ଅୟୁବ ଖାଁ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ସିନ୍ଧେକେଲା ବିଜେଡି ବରିଷ୍ଠ ନେତା ମୁନିରାମ ଜୈନ , ସ୍ଥାନୀୟ ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ମନୋଜ ଚଣ୍ଡି , ଡିସ୍କୋ ଜୈନ , ଇନ୍ଦ୍ରମଣି ସାହୁ , ସାମ୍ବାଦିକ ରଶ୍ମି ପୁଟେଲ , ଦୀପକ ୟାଦବ , ତ୍ରିଲୋଚନ ଗୁରୁ , ଚେରୁ ଗୁରୁ , ହେମନ୍ତ ବିଶ୍ୱାଳ , କାନ୍ତ ଗୁରୁ , ଲୋଚନ ଗୁରୁ , ଯୋଗୀନ୍ଦ୍ର ନାଗ ପ୍ରମୁଖ ସାମିଲ ଥିଲେ