-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ବଜାରରେ ଏକ ନମ୍ବର କ୍ରେତା ଭାବରେ ମାନ୍ୟତା ପାଇଥିବା ଭାରତ ବର୍ତ୍ତମାନ ରପ୍ତାନକାରୀ ରାଷ୍ଟ୍ର ଭାବରେ ନୂଆ ପରିଚୟ ହାସଲ କରିଛି। ଯେହେତୁ ଭାରତ ଆଜି ବିଶ୍ୱର 25ଟି ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରାଷ୍ଟ୍ର ମଧ୍ୟରୁ ଏକ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ପ୍ରତିରକ୍ଷା ସାମଗ୍ରୀର ସ୍ୱଦେଶୀ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା ଖାଲି ସେତିକି ନୁହେଁ, ପ୍ରମଥରପାଇଁ ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ଯାଉଛି। 'ବ୍ରହ୍ମୋସ’ ହେଉଛି ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର'। ଏଥିପାଇଁ 374.9 ମିଲିୟନ୍ ଡଲାରର ଚୁକ୍ତି ଶୀଘ୍ର ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ରପ୍ତାନ ହେବାକୁଥିବା ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ ସୀମା 290 କିଲୋମିଟର। ଏହି ଚୁକ୍ତି ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀର ଏକ ଉପକୂଳ ଭିତ୍ତିକ ସଂସ୍କରଣ ପାଇଁ ଅଟେ। ବ୍ରାହ୍ମୋସ୍ ଏରୋସ୍ପେସ୍ ହେଉଛି ଭାରତ-ଋଷ ମିଳିତ ଉଦ୍ୟୋଗ ଏବଂ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ କରେ, ଯାହା ବୁଡ଼ାଜାହାଜ, ଜାହାଜ, ବିମାନ କିମ୍ବା ସ୍ଥଳଭାଗରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ। ଏହି କ୍ରୁଜ୍ କ୍ଷେପଣାସ୍ତ୍ର ଶବ୍ଦର ବେଗଠାରୁ ପ୍ରାୟ ତିନି ଗୁଣ ବେଗରେ ଉଡିଥାଏ।