-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଏନ.ଏ.ସି ର ଜୈନେକ କର୍ମଚାରୀ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏନ.ଏ.ସି କର୍ମଚାରୀ ଦୀନବନ୍ଧୁ ପଣ୍ଡା ପଦ୍ମପୁର ର ସନ୍ତୋଷ ପୃଷ୍ଟିଙ୍କ ଠାରୁ ଘର ହୋଲଡିଂ ଟେକ୍ସ କରେଇ
ଦେବା ବାବଦକୁ ୨୫୦୦୦ ଟଂକା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ସନ୍ତୋଷ ପୃଷ୍ଟି ତାଙ୍କ ଠାରୁ ଆଜି ଟଙ୍କା ଲାଞ୍ଚ ନେଉଥିବା ଜଣାଇ ଭିଜିଲାନ୍ସ କାର୍ଯ୍ୟାଳୟ ରୁ ରଙ୍ଗ ଦିଆ ନୋଟ ଆଣିଥିଲେ। ଏବଂ ଆଜି ସନ୍ତୋଷ ପୃଷ୍ଟି କର୍ମଚାରୀ ଦୀନବନ୍ଧୁ ପଣ୍ଡା ଙ୍କୁ ଟଙ୍କା ଦେଉଥିବା ସମୟରେ ବରଗଡ଼ ଭିଜିଲାନ୍ସ ର ଏକ ଟିମ ଚଢ଼ାଉ କରି ତାଙ୍କୁ ଧରିଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ତରଫରୁ ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ସହ ଯାଞ୍ଚ କରୁଛି।