-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଳ ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର। ସୁଚନାନୁଯାଇ ଦେଢ଼ଗାଁ ପଞ୍ଚାୟତ ଅନ୍ତର୍ଗତ ଡୁମେରପଡା ଗାଁର ଦୟା ସାଗର ହରପାଲ (୩୫) ବହୁବର୍ଷ ହେଲା ଅଳଣ୍ଡା ପଞ୍ଚାୟତ ର କମଳପଡାରେ ଥିବା ତାଙ୍କ ସ୍ବସୁର ଘରେ ରହୁଥିଲେ । ତେବେ ରବିବାର ଦିନବେଳା ପାଖାପାଖି ୧୧ ଟା ସମୟରେ ଦୟା ଏକ ଦୁୁଇ ଚକିଆ ବାଇକରେ କାଠ ମିସ୍ତ୍ରୀ କାମ କରିବାକୁ ବଙ୍ଗୋମୁଣ୍ଡା ଯାଉଥିଲେ। କଁସିଲ ଛକ ନିକଟରେ ଏକ ଇଲେକ୍ଟ୍ରି ପୋଲରେ ପିଟି ହୋଇ ଯିବା ଫଳରେ ବାଇକ ରୁ ଛିଟିକି ପଡି ପିଚୁ ରାସ୍ତାରେ ମୁଣ୍ଡ ଯୋରରେ ବାଡେଇ ହେବାରୁ ମୁଣ୍ଡର ରାଇଟ ସାଇଡ ରେ ମାଡ ହେବାରୁ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଆଖପାଖ ର ଲୋକ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ। ପରେ ଡ୍ୟୁଟିରେ ଥିବା ଡାକ୍ତର ସ୍ଥାନାନ୍ତରିତ କରିବାରୁ ପରିବାର ବର୍ଗ ଟିଟିଲାଗଡ ରୁ ରାଇପୁର ନେଇଥିବା ଜଣାପଡିଛି ।