-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରୁ ଛତିଶଗଡପଟକୁ ଯାଉଥିବା ଗଞ୍ଜେଇଟ୍ରକ୍ ପଦ୍ମପୁର ଅବକାରୀବିଭାଗ ଦ୍ବାରା ଜବତ : ବଲାଙ୍ଗୀର ଓ ସୋନପୁର ବାଟ ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ କରିଡର କାହିଁକି ?ଏଠି ଧରାପଡିଲେ ଧରାଧରି କରି ଖସିଯିବା ସହଜ  ¤  ଆଗରୁ ଜବତ ବଡ ବଡ ଧରପଗଡ ଫୁସ୍

14-Feb-2022



ବଲାଙ୍ଗୀର: (ମଳୟ ମିଶ୍ରଙ୍କ ରିପୋର୍ଟ) : ଗତ ରବିବାର ୧୪ ତାରିଖରେ ବଲାଙ୍ଗୀରରୁ ଛତିଶଗଡ ପଟକୁ ଯାଉଥିବା ୨୦୦କେଜି ଟ୍ରକ୍ ଭର୍ତ୍ତି ଗଞ୍ଜେଇ ବଲାଙ୍ଗୀର ସୀମାନ୍ତବର୍ତ୍ତୀ ରାସ୍ତାରେ ପଦ୍ମପୁର ଅବକାରୀ ବିଭାଗ ହାତରେ ଜବତ ହୋଇଛି । ପଦ୍ମପୁର ଅବକାରୀ ଥାନାଧିକାରୀ ହେମକାନ୍ତ ସୁନା ଓ ତାଙ୍କ ସହକର୍ମୀମାନେ ସନ୍ଦେହରେ ଏହି ବଡ ଟ୍ରକ୍ ( MP 09 HG7314 )ଟିକୁ ସନ୍ଦେହରେ ଅଟକାଇବାରୁ ଡ୍ରାଇଭର ଟ୍ରକ୍ ଛାଡି ପଳାଇଥିବା ପ୍ରକାଶ ।

ତେବେ ବଲାଙ୍ଗୀରଜିଲ୍ଲାରେ ଏହା ପ୍ରଥମ ବା ନୂଆଘଟଣା ନୁହେଁ । ଗତ କିଛିବର୍ଷଧରି ବୌଦ୍ଧଫୁଲବାଣୀରୁ ସୋନପୁର ପଟରୁ ଓ ମାଲକାନଗିରି ରାୟଗଡା ପଟରୁ ବଲାଙ୍ଗୀରଦେଇ କିଛି କିଛିଦିନ ଅନ୍ତରରେ ବିପୁଳପରିମାଣର ଗଞ୍ଜେଇ ଚୋରାଚାଲାଣ ହୋଇ ଆସୁଛି । ଧରାପଡୁଥିଲେ ମଧ୍ୟ ଅଦ୍ୟାବଧି ଏହା ଅବ୍ୟାହତ ରହିଆସିଛି । କିଛିବର୍ଷତଳେ ତରଭା ଓ ସୋନପୁରରେ ଅବସ୍ଥାପିତ ବଲାଙ୍ଗୀରର ଜଣେ ଥାନାଧିକାରୀ ଗଞ୍ଜେଇ ଧରପଗଡ କାରବାରରେ ସମ୍ପୃକ୍ତ ଥିବା ଚର୍ଚ୍ଚାରୁ ତାଙ୍କୁ ତୁରନ୍ତ ସ୍ଥାନନ୍ତର କରାଯାଇଥିଲା । ସେ ଏକ ଗଞ୍ଜେଇ ଚୋରାଚାଲାଣ କରୁଥିବା ଗାଡିକୁ ନିଜେ ପାର୍ କରାଉଥିବାବେଳେ ରାତିଅଧରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ । ଆହୁରି ମଧ୍ୟ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରପଗଡ ପରେ ସେସବୁ ମାମଲାର ସାକ୍ଷୀରୂପେ ସେଇ ଅଭିଯୁକ୍ତମାନଙ୍କୁ ଦର୍ଶାଇ ବିବଦମାନ ହୋଇପଡିଥିଲେ ।

କିଛିଦିନତଳେ ବଲାଙ୍ଗୀର ସହରର ଆରଟିଓ ଛକରେ ଏକ କୁକୁଡାଖାଦ୍ୟ ଡମ୍ଫରରେ ବିପୁଳପରିମାଣର ଗଞ୍ଜେଇ ଚୋରାଚାଲାଣବେଳେ ବଲାଙ୍ଗୀର ପୁଲିସ୍ ହାତରେ ଜବତ ହେବା ସହ ଡ୍ରାଇଭରକୁ ଗିରଫ କରିଥିଲା । ତେବେ ଏହାର ଅସଲ ମାଫିଆ ବା ରାକେଟର ପର୍ଦ୍ଦାଫାଶ୍ ହୋଇପାରିଲାନାହିଁ । ଆହୁରି ମଧ୍ୟ ଆରଟିଓ ଛକର ବଲାଙ୍ଗୀର ସରକାରୀ ବସ୍ ଷ୍ଟାଣ୍ଡ୍ ର ଠିକାଦାର ଓ ବଲାଙ୍ଗୀର ଆରଟିଓ ଛକ ନିକଟରେ  ରହୁଥିବା ତୁଷୁରାର ଜଣେ ବଡ ବ୍ୟବସାୟୀ ରାଇସ୍ ମିଲ୍ ମାଲିକ ନିରଞ୍ଜନ କେଡିଆଙ୍କୁ ରାୟଗଡା - ମୁନିଗୁଡା ପୁଲିସ୍   ବିହାରକୁ କୁଣ୍ଡାଟ୍ରକ୍ ରେ ଗଞ୍ଜେଇ ଚୋରାଚାଲାଣ କରିଆସୁଥିବା ମାମଲାରେ ଆସି ଗିରଫ କରିଥିଲା ଓ ସେ ଜେଲ୍ ରୁ ଏବେ ବାହାରିଥିବା ପ୍ରକାଶ ।

ସୋନପୁର- ବଲାଙ୍ଗୀର ରାସ୍ତାରେ ବରାବର ଗଞ୍ଜେଇ ଧରାପଡିଥାଏ । କନ୍ଧମାଳ ବୌଦ୍ଧପଟରୁ ତୁଷୁରା ଦେଇ ବଲାଙ୍ଗୀର ପଟକୁ ମଧ୍ୟ ଏହା ଆସୁଛି । ଆନ୍ଧ୍ର କୋରାପୁଟ ମାଲକାନଗିରି ରାୟଗଡାପଟରୁ ବଲାଙ୍ଗୀର ଦେଇ ସମ୍ବଲପୁର , ଝାଡଖଣ୍ଡ , ବିହାର , ଛତିଶଗଡ ଆଦି ବାହାରରାଜ୍ୟକୁ ମଧ୍ୟ ଏପରି ଚୋରାଚାଲାଣ ଅବ୍ୟାହତ ରହିଆସିଛି ।

ବଲାଙ୍ଗୀର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଛକରେ କିଛିଦିନତଳେ ଏକ ଗଞ୍ଜେଇଟ୍ରକ୍ ଧରାପଡିଥିଲା । ବଲାଙ୍ଗୀର ବସ୍ ଷ୍ଟାଣ୍ଡ୍ , ସହରର ଅନ୍ୟାନ୍ୟ ସ୍ଥାନ , ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଓ ଅନ୍ୟାନ୍ୟ ଅଞ୍ଚଳରେ ଗଞ୍ଜେଇ ଧରାପଡୁଛି । ପ୍ରାୟ ତିନିବର୍ଷତଳେ ବୌଦ୍ଧଜିଲ୍ଲାର କଣ୍ଟାମାଳ ଅଞ୍ଚଳରୁ ବଲାଙ୍ଗୀର ଓ ପାଟଣାଗଡ ଦେଇ ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ କୁଗରୀମୁଣ୍ଡା ଗ୍ରାମକୁ ଏକ ଗଞ୍ଜେଇକାର୍ ଯାଉଥିଲାବେଳେ ଝୁଲେନବର ନିକଟରେ ପାଟଣାଗଡ ପୁଲିସ୍ ହାତରେ ଜବତ ହେବା ସହ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ବୁଡେନ ଥାନାନ୍ତର୍ଗତ କୁଗରୀମୁଣ୍ଡା ଗ୍ରାମଟି ପାଟଣାଗଡ- ପଦ୍ମପୁର ରାସ୍ତାରେ ଅଳ୍ପଦୂର ଭିତରକୁ ରହିଛି । ଏହି ଗ୍ରାମଟି ଆନ୍ତଃରାଜ୍ୟ ଚୋରାଖମଗଞେଇ ଚାଲାଣର ପୁରୁଣାପେଣ୍ଠସ୍ଥଳୀ ବୋଲି କୁହାଯାଉଛି । 

ତେବେ କାହିଁକି ବଲାଙ୍ଗୀର , ବୌଦ୍ଧ , କନ୍ଧମାଳ  , ସୋନପୁର ବା ବରଗଡ ପଦ୍ମପୁର ଆଦି ରାସ୍ତାରେ କ୍ରମାଗତଭାବରେ ଗଞ୍ଜେଇ ଚୋରାଚାଲାଣ ହୋଇଆସୁଛି , ଏହାର କାରଣ

ଏହିସବୁ ଜିଲ୍ଲାର ଥାନାପୁଲିସ୍ ଓ ଅବକାରୀ କର୍ମଚାରୀଙ୍କ ଅସାଧୁତାକୁ ଦାୟୀ କରାଯାଇଆସିଛି । କେତେବେଳେ ଦୈବାତ୍ ଧରାପଡିଗଲେ ବା ଲୋକଲୋଚନକୁ ଆସିଗଲେ , ଏହା ଧରପଗଡ କରାଯାଇ ପରେ ଏହାର ଅସଲ ମାଫିଆଙ୍କୁ ମାମଲାକୁ ଦଫାରଫା ବା ତ୍ରୁଟିପୂର୍ଣ୍ଣ କରିଦିଆଯାଇ ଖସାଇ ଦିଆଯାଉଥିବା କୁହାଯାଉଛି । ସଂପ୍ରତି ଅବକାରୀ ବିଭାଗର ରାଜ୍ୟସ୍ତରୀୟ ନିର୍ବାଚନବେଳର କଡାକଡି କାର୍ଯ୍ୟାନୁଷ୍ଠାନ ତାଗିଦ୍ ପରିପ୍ରେକ୍ଷୀରେ ଯଦିଓ କିଛିଟା ତତ୍ପରତା ଲକ୍ଷ୍ୟ କରାଯାଇଛି , ଏହା ଯଥେଷ୍ଟ ନୁହେଁ । ବିପୁଳ ଗଞ୍ଜେଇଚାଷ ଓ ମାଓବାଦୀଙ୍କ ଗତିବିଧି ଯୋଗୁଁ ଏହା ଏଅଞ୍ଚଳରେ ଏକ ଦୁରାରୋଗ୍ୟ ବ୍ୟାଧି ପାଲଟିଗଲାଣି । ମୁଖ୍ୟତଃ ପୁଲିସ୍ ଓ ଅବକାରୀବିଭାଗର ତଦନ୍ତ ନିରପେକ୍ଷ ଓ ତ୍ରୁଟିଶୂନ୍ୟତା ପ୍ରତି ସରକାର ଦୃଷ୍ଟିଦେବା ବାଞ୍ଛନୀୟ ।
 ଅବକାରୀ ନୀତିର ଅନ୍ୟୁନ ୨୦ କେଜି କର୍ପୋରେସନ୍ ପରିବହନ ଓ ସ୍ଥାନୀୟ ଏନଡିପିଏସ୍ ମାମଲାଋଜୁ କରିବାରେ ପୁଲିସ୍ ଓ ଅବକାରୀ ବିଭାଗୀୟ ତଦନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ସଠିକ୍ ଅଭିଯୋଗଫର୍ଦ୍ଦର ଦାଖଲ ସହ ଉପଯୁକ୍ତ ତଥ୍ୟପ୍ରମାଣ ଯୋଗାଡରେ ଜାଣିଶୁଣି ତ୍ରୁଟି ହିଁ ଏହାର ଚୋରାଚାଲାଣକାରୀ ବା ମାଫିଆଙ୍କୁ ନିରଙ୍କୁଶ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like