-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ନାନାଝର ଆମଗାଁ ସଂସ୍କୃତି ପରିଷଦର ଛାତ୍ରୀମାନଙ୍କ ଦ୍ୱାରା ଗ୍ରାମାଞ୍ଚଳର ଝିଅ ବୋହୁ ତଥା ନାରୀ ସମାଜର ସୁରକ୍ଷା ପାଇଁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ନାରୀ ମାନଙ୍କ ପ୍ରତି ଦିନ କୁ ଦିନ ହେଉଥିବା ଅନ୍ୟାୟ ଅତ୍ୟାଚାର ଦୁଷ୍କର୍ମ ଇତ୍ୟାଦି ଉପରେ ଚୁଲିଫୁଙ୍କା ପଞ୍ଚାୟତ ର ଚୁଲିଫୁଙ୍କା ସମେତ ନାନାଝର , ମନିଗାଁ ଆଦି ଗ୍ରାମରେ ଛାତ୍ରୀମାନେ ହାତରେ ପ୍ଲେକାର୍ଡ ଧରି ସ୍ଲୋଗାନ ଦେଇ ପରିକ୍ରମା କରି ଲୋକମାନଙ୍କୁ ସଚେତନ
କରିଥିଲେ । ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏ ଙ୍କ ନିର୍ଦ୍ଦେଶ ରେ ଯୁବ ଛାତ୍ରୀ ସଞ୍ଜୁ ଭୋଇ ଓ ସୁନିତା ହଂସ ଙ୍କ ପରିଚାଳନା ରେ ଛାତ୍ରୀମାନଙ୍କ ସହ ଆଦିବାସୀ ନାରୀନେତ୍ରୀ ବିଦ୍ୟୁତ ଲତା ଭୋଇ , ରୋମନ୍ତ୍ରୀ ହଂସ , ତିଲୋତ୍ତମା , ମନୀଷା , ବର୍ଷା , କ୍ଷୀରେନ୍ଦ୍ରୀ , ଭୁଜମତି , ରୁକ୍ମିଣୀ , ପିଙ୍କି , କ୍ଷୀରମତି ପ୍ରମୁଖ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଯୁବ ଶିକ୍ଷିତ ଛନ୍ଦା ଚରଣ ବେହେରା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ