-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ଅଲେଖ ଧର୍ମାବଲମ୍ବୀ ସାଧୁ ମାନଙ୍କୁ ଶୀତ ବସ୍ତ୍ର, ଫଳ ଓ ମିଷ୍ଠାନ ବଣ୍ଟନ ।
ପାଟଣାଗଡ଼, ( ଗୋରେଖନାଥ ବରିହା) ସ୍ଥାନୀୟ ବଂଜାରୀ ଅଲେଖ ମହିମା ମଠକୁ ଦୀପାବଳୀ ଅବସରରେ ସେବା ଚେରିଟେବୁଲ ଟ୍ରଷ୍ଟ ପହଞ୍ଚି ମଠରେ ଥିବା ସାଧୁ ମାନଙ୍କୁ ଶୀତ ବସ୍ତ୍ର, ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ । ମଠରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଯଥା-ମଠର ଚାରି ପାର୍ଶ୍ଵ ପାଚେରୀ ନିର୍ମାଣ, କେତେଜଣ ବାବାଙ୍କୁ ବୟସାଧିକ୍ୟ ହୋଇଥିଲେ ସୁଦ୍ଧା ଭତ୍ତା ନମିଳିବା ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ବାବା ମାନଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ସେବା ଚେରିଟେବୁଲ ଟ୍ରଷ୍ଟ ସଭାପତି ଶ୍ରୀ ସୁନୀଲ ସିଂ, କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ସିଂ, ସମ୍ପାଦକ ଶ୍ରୀ ବାବାଜୀ ପଧାନ ,ସିଲୁ ସାହୁ, ସୁରେଶ ନାଗ, ରୀଙ୍କୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।*