-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବଲାଙ୍ଗୀର-ନୂଆପଡ଼ା ନୂତନ ରେଳ ଲାଇନର ଚୂଡ଼ାନ୍ତ ସର୍ଭେ ହେବ। ବଲାଙ୍ଗୀର: ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ଵାରା ବଲାଙ୍ଗୀର ନୂଆପଡ଼ା ନୂତନ ରେଳ ଲାଇନର ଟ୍ରାଫିକ ସର୍ଭେ ଓ ଚୂଡାନ୍ତ ସର୍ଭେ ହେବ। ଏଥିଲାଗି ଆର୍ଥିକ ଅନୁଦାନ ମଞ୍ଜୁର ହୋଇଛି । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ନୂତନ ରେଳ ଲାଇନ ପାଟଣାଗଡ଼ ଦେଇ ତିଆରି କରିବା ପାଇଁ ଦୀର୍ଘ ଦିନରୁ ଲୋକଙ୍କ ଦାବି କରି ଆସୁଥିଲେ । ତେବେ ନିକଟରେ କେନ୍ଦ୍ର ସରକାର ତଥା କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏଥିରେ ମୋହର ମାରିଛନ୍ତି।
ଏହି ନୂତନ ରେଳପଥର ଟ୍ରାଫିକ ସର୍ଭେ ତଥା ଚୂଡାନ୍ତ ସର୍ଭେ ପାଇଁ ୨କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ତେବେ ଗତ ୨୦୦୭ ରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଥିଲେ। ସେତେବେଳେ ଏହାର ସର୍ଭେ ହୋଇଥିବା ବେଳେ ୨୦୧୩ ରେ ସର୍ଭେ କାମ ସରିଥିଲା । ହେଲେ ଏଥିରେ ଆଉ କୌଣସି ପଦକ୍ଷେପ ନ ନିଆଯାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ଭାବରେ ଥଣ୍ଡା ବାକ୍ସରେ ଥିଲା ।: ସେପଟେ ପୁଣି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନିକଟରେ ଦାବି କରିବା ପରେ ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି । ତେବେ ଏହି ରେଳପଥ ମୋଟ ୧୦୦ କି.ମିର ହୋଇଥିବା ବେଳେ ଏଥିରେ ବଲାଙ୍ଗୀର ଜିଲ୍ଲାରେ ମୋଟ ୮ଟି ଷ୍ଟେସନ ବଲାଙ୍ଗୀର, ହାର୍ଡାଟାଲ, ଚୁଡାପାଲି, ଭଇଁସା, ପାଟଣାଗଡ଼, ହରିଶଙ୍କର, ଗମ୍ଭାରୀ ଓ ଲଖନା ରହିଛି । ସେହିପରି ବଲାଙ୍ଗୀର ଓ ନୂଆପଡ଼ା ଭଳି ଆଦିବାସୀ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ରେଳ ସପ୍ନ ପୂରଣ ହେବ ବୋଲି କୁହାଯାଇଛି । ତେବେ ଖୋର୍ଦ୍ଧା ବଲାଙ୍ଗୀର ଭଳି ଏହି ପ୍ରକଳ୍ପ ମଧ୍ୟ କେବଳ କାଗଜ ପତ୍ରରେ ସୀମିତ ନ ରହୁ ତାହା ସ୍ଥାନୀୟ ଜନସାଧାରଣ ରେ
ଦାବି କରିଛନ୍ତି ।