-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ର ସମ୍ପାଦକ, ସାମ୍ବାଦିକ ତଥା ଦୈନିକ ନବଭାରତ ଖବରକାଗଜର ଜିଲ୍ଲା ପ୍ରତିନିଧି ରଞ୍ଜିତ ବେହେରା ଙ୍କ ମା ମଞ୍ଜୁଳା ବେହେରା (୭୮) ଙ୍କ ଆଜି ସକାଳ ୮ ଘଣ୍ଟା ସମୟରେ ନିଜ ମାଲପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି l ସ୍ଵର୍ଗତ ମଞ୍ଜୁଳା ବେହେରା ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l ସ୍ଵର୍ଗତ ମଞ୍ଜୁଳା ବେହେରା ଜନେ ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଭବରେ ଜଣାଶୁଣା ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଆକୁଳ ଓ ରଞ୍ଜିତ ତଥା ଅନ୍ୟlନ୍ୟ ବନ୍ଧୁବର୍ଗ ଉପସ୍ଥିତ ଥିଲେ l ମୃତ୍ୟୁ ଖବର ପାଇବା ପରେ ଆଜି ସକାଳେ ଜିଲ୍ଲା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଓ ସଭ୍ୟ ମାନେ ମାଲପଡ଼ା ବାସଭବନ କୁ ଆସି ଶେଷଦର୍ଶନ କରିଥିଲେ l ଆଜି ଦିନ ୧୧ଟା ସମୟରେ ସ୍ଥାନୀୟ ବିଭୁତି ପଡା ଶ୍ମଶାନ ଘlଟରେ ମଞ୍ଜୁଳା ବେହେରାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡିଛି l ମଞ୍ଜୁଳା ବେହେରାଙ୍କ ବିୟୋଗରେ ମାଲପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l