-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ଲଖମରା ଗ୍ରାମପଞ୍ଚାୟତ ର ଧୁମାଭଟା ଗ୍ରାମ ର ଖେଳ ପଡିଆ ଠାରେ ବାଳକୃଷ୍ଣ କରୁଣା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦିର୍ଘ ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଇକମାଲ ବ୍ଳକ ଜୋନ ୩ ର ବିଜୁଜନତା ଦଳ ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ବାସନ୍ତୀ ବାଲମ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବଗୋଷ୍ଠୀ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲଖମରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ମୁକେଶ ସେନ୍ଧ୍ରୀଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆୟୋଜକ ମାନଙ୍କ ମନୋବଳ ବଢ଼ାଇବା ସଙ୍ଗେ ସଙ୍ଗେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କୁ ଆସିଥିବା ବିଭିନ୍ନ ଦଳ ତାଙ୍କ ପାରିଦର୍ଶିତା ଦେବାଇବାପରେ, ଶେଷରେ ଭୁବନେଶ୍ୱରପୁର ଫୁଟବଲ ଦଳସହ ଗାଇସିଲେଟ ବ୍ଳକ ର କନ୍ଦାଗାଡ ଫୁଟବଲ ଦଳସହ ଅନୁଷ୍ଠିତ ଖେଳ ପରେ ଉଇନର ଭାବେ ଭୁବନେଶ୍ୱରପୁର ଦଳ ଏବଂ ରନର୍ ଭାବେ କନ୍ଦାଗାଡ ଦଳ ବିଜୟୀ ଭାବେ ଘୋଷିତ ପରେ ମଞ୍ଚାସୀନ ଅତିଥି ଉଇନର ଏବଂ ରନର୍ ଭାବେ ଉଭୟ ଦଳ ଙ୍କୁ ସ୍ୱହସ୍ତରେ ପୁରସ୍କାର ପ୍ରଦାନ କରିଥିଲେ ।ଏଇ ଦୁଇଦିନିଆ ଟୁର୍ଣ୍ଣାମେଣ୍ଟ କୁ ସୁଚାରୁରୂପେ ପରିଚାଳନା କରିଥିଲେ ସର୍ବଶ୍ରୀ:-କ୍ଷୀରସିନ୍ଧୁ ବେହେରା,ନାଗ ଦାନୀ,ଦିପକ ରାଜହଂସ, ସୁଜିତ ରାଜହଂସ,ଦେବେନ ଥନାପତି, ଭବାନୀ ମାଝି,ନରେଶ ବାରିକ । ଆଖପାଖ ଅଞ୍ଚଳ ରୁ ଅନେକ ଖେଳପ୍ରେମୀ ଏହି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ କୁ ଦେଖିବାପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା