-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜନଜାତି ନାବାଳିକା ଝିଅକୁ ଗତ ଅଗଷ୍ଟ ୨୫ ତାରିଖରେ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଯୁବକକୁ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଘରେ କେହି ନଥିବାର ସୁଯୋଗ ନେଇ ଜୈନକ ୨୨ବର୍ଷର ଯୁବକ ଜଣକ ନାବାଳିକା ଝିଅର ଘରେ ପଶି ଦୁଷ୍କର୍ମ କରିବା ସହିତ ଏହି ବିଷୟରେ କାହାରିକୁ ନକହିବା ପାଇଁ ଧମକ ଦେଇଥିଲା। ଯଦି ଘରଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସୂଚନା ଦେଲେ ପ୍ରାଣରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଏହି ଘଟଣା ନାବାଳିକାଙ୍କ ପିତା ଅନ୍ୟ ସୂତ୍ରରୁ ସୂଚନା ପାଇ ଗ୍ରାମରେ ବୈଠକ କରିଥିଲେ ମଧ୍ୟ ଗ୍ରାମର ନେତୃତ୍ୱ ବ୍ୟକ୍ତିଙ୍କୁ ହାତରେ ରଖି ଝିଅକୁ ଭୟ ଦେଖାଇ ଥିବାରୁ ଝିଅ କୌଣସି କଥା ସଭାରେ କହିନଥିଲା। ଏହାର ସୁଯୋଗରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ନାବାଳିକା ଝିଅକୁ ଦେଇ ଚାଲିଥିଲା। ବାଧ୍ୟହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହିନ ପାରି ଗତ ୩୦.୧.୨୦୨୨ ତାରିଖ ଦିନ
ସପରିବାର ବର୍ଗଙ୍କୁ କାନ୍ଦି କାନ୍ଦି କହିଥିଲା। ଏହାପରେ ନାବାଳିକାଙ୍କ ପିତା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେଶ ନଂ-୩୮/୨୨ ପ୍ରକାରେ ଏକ ମକଦମା ରୁଜୁକରି ଗୁରୁବାର ଫୁଲବାଣୀ କୋର୍ଟକୁ ଚାଲାଣ କରିଥିବା ବିଷୟ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି ।