-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ବୌଦ୍ଧ/(ପ୍ରେରଣା ଖବର) ବୌଦ୍ଧ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା କୋଭିଡ୍ ଟିକାକରଣ ୯୨.୭୫ ପ୍ରତିଶତ ଥିବାରୁ ଏହାକୁ ଶତପ୍ରତିଶତ କରିବାକୁ ସବୁସ୍ତରରେ ଉଦ୍ୟମ କରାଯାଉଅଛି । ବିଶେଷକରି ୧୫ ରୁ ୧୮ ବର୍ଷ ବୟସ୍କ ବର୍ଗରେ ଟିକାକରଣ ୬୯ ପ୍ରତିଶତ ଥିବାହେତୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଟିକା ନେଇ ନଥିବା ୧୫ ରୁ ୧୮ ବର୍ଷ ବୟସ୍କ କିଶୋରକିଶୋରୀଙ୍କୁ ଶିକ୍ଷକଙ୍କ ଦ୍ୱାରା ଚିହ୍ନଟ କରି ସ୍ୱାସ୍ଥ୍ୟ ବିଭାଗ ସହାୟତାରେ କୋଭିଡ୍ ଟିକାକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିନିମନ୍ତେ ଜିଲ୍ଲା ଶିକ୍ଷାବିଭାଗକୁ ବିଦ୍ୟାଳୟ ଓା୍ୱରି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଆଶାକର୍ମୀଙ୍କ ଜରିଆରେ ଚିହ୍ନଟ କରି ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା କୋଭିଡ୍ ଟିକାକରଣ ଅଭିଯାନକୁ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ ଓ ବ୍ୟାପକ କରିବାକୁ ପ୍ଲାନ୍ ଇଣ୍ଡିଆ, ଆକ୍ସନ୍ ଏଡ୍ ତଥା ୱାସିଡିଏ ସଂଗଠନର କର୍ମକର୍ତା ମାନଙ୍କୁ ସହେଯାଗ କରିବାପାଇଁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲାରେ ଧାର୍ଯ୍ୟ ମୁତାବକ ଦୈନିକ କୋଭିଡ୍ ଟେଷ୍ଟିଂ, କୋଭିଡ୍ ଚିକିତ୍ସାକେନ୍ଦ୍ର ତଥା ଗୃହପୃଥକବାସରେ ଥିବା କୋଭିଡ୍ ସଂକ୍ରମିତଙ୍କୁ ନିୟମିତ ଚିକିତ୍ସା ଜାରି ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେଉଥିବା ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଓ ଫେବ୍ରୁଆରୀ ୨୭ ରୁ ମାର୍ଚ୍ଚ ୧ ତାରିଖ ଯାଏଁ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଶ ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ମଦନମୋହନ ପ୍ରଧାନ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. କିଶୋର ପଟ୍ଟନାୟକ, ଡିପିଏମ୍ ରୂପକ ମହାପାତ୍ର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।