-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ବଲାଙ୍ଗିର, (ପ୍ରେରଣା ଖବର) : ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଂଘ ର ସଭାପତି ପ୍ରବୀଣ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଦୌରା ଜଜ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ଭବରେ ଯୋଗ ଦେଇ ପଦ୍ମଶ୍ରୀ ଶ୍ରୀ ଗୁରୁଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l କୋଶଲୀ ଭାଷାର ସମୃଦ୍ଧି ଓ ପ୍ରଚାର ପ୍ରସାର ଦିଗରେ ନରସିଂହ ଗୁରୁ ଙ୍କ ଅବଦାନ ସମ୍ପର୍କରେ ଶ୍ରୀ ମହାପାତ୍ର ନିଜର ମତ ରଖିଥିଲେ l ଶ୍ରୀ ଗୁରୁ ଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନା ସମସ୍ତ ଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ଜିଲ୍ଲା ଦୌରା ଜଜ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ lଏଡ଼ଭୋକେଟ୍ ଅଶୋକ ରାଉତ ମାନପତ୍ର ପାଠ କରିଥିବା ବେଳେ ଜୟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ସିଭିଲ୍ କୋର୍ଟ ର ସମସ୍ତ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଓକିଲ ସଂଘ ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ l