-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ଅଧିନସ୍ଥ ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ର ମୁଣ୍ଢେଲା ଗ୍ରାମସ୍ଥିତ ପ୍ଳେ ଗ୍ରାଉଣ୍ଡ ଠାରେ ଜୟଦୂର୍ଗା ସ୍ପୋର୍ଟସ କ୍ଳବ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବିଜୁ ଜନତା ଦଳ ର ବରିଷ୍ଠ ନେତା ଶ୍ରୀମାନ ଧବଳେଶ୍ଵର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ର ପାଇକମାଳ ବ୍ଳକ ସଭାପତି ଶ୍ରୀ ରବିନାରାୟଣ ସାହୁ ଯୋଗଦେଇ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଖେଳାଳି ତଥା ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।ମାଣ୍ଡିଆଢିପା ଫୁଟବଲ ଦଳ ସହ ଭୁବନେଶ୍ୱରପୁର ଫୁଟବଲ ଟିମ୍ ସହ ରୋଚକ ପୂର୍ଣ୍ଣ ଭାବେ ଖେଳ ହେଲାପରେ ଭୁବନେଶ୍ୱରପୁର ଦଳ ମାଣ୍ଡିଆଢିପା ଟିମ୍ କୁ ୪ ଟି ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲେ । ଶେଷରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଦ୍ୱୟ ଙ୍କ ସମେତ କ୍ଷମା ପଟେଲ,ଟିକିଡେ ସେଠ,ସନାତନ ଦୀପ ଉଭୟ ଦଳର ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ