-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||     

HOME   ଜିଲ୍ଲା

ଛାତ୍ରୀଙ୍କ ଆଇଡେଣ୍ଟିକାର୍ଡରେ ବାପ ମାଆଙ୍କ ନାଁ ବଦଳେଇଲା କିଏ , କାହିଁକି ?

09-Feb-2022



ବଲାଙ୍ଗୀର: ( ମଳୟ ମିଶ୍ରଙ୍କ ରିପୋର୍ଟ ): ତୁରେକେଲା ବ୍ଲକ୍ ର ଏକ ଗ୍ରାମସ୍ଥିତ ଏକ ହାଇସ୍କୁଲ ତଥା ଏମ ଇ ସ୍କୁଲ୍ ରଏକ ବାଳିକା ହଷ୍ଟେଲର ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କର ଆଇଡେଣ୍ଟିକାର୍ଡରେ ତାଙ୍କର ପ୍ରକୃତ ନାମ ଓ ଠିକଣା ବଦଳାଯାଇଥିବା ସମ୍ପର୍କୀୟ ଏକ ଅବୈଧ କାର୍ଯ୍ୟକଳାପର ପ୍ରମାଣ ଆମର ହସ୍ତଗତ ହୋଇଛି । ଏହି ବ୍ଲକ୍ ର ଗଭରା ଗ୍ରାମର ଉକ୍ତ ଛାତ୍ରୀଙ୍କର ପ୍ରକୃତ ପିତାମାତାଙ୍କ ନାମ ଅଲଗା ହୋଇଥିବାବେଳେ , ତାଙ୍କର ସ୍କୁଲ୍ ଆଇଡେଣ୍ଟିକାର୍ଡରେ ତାଙ୍କ ପିତାଙ୍କ ନାମ ଉକ୍ତ ଗ୍ରାମର ଏମ ଇ ସ୍କୁଲ୍ ର ପ୍ରଧାନଶିକ୍ଷକଙ୍କ ନାମ ଓ ମାଆଙ୍କ ନାମ ଉକ୍ତ ସ୍କୁଲ୍ ର ଏକ ସ୍ବତନ୍ତ୍ର ଯୋଜନାର ବାଳିକା ହଷ୍ଟେଲର ଉଆଡେନ୍ ଙ୍କ ନାମ ମୁଦ୍ରିତ ହୋଇଥିବା ଦେଖାଯାଇଛି । ଏହି ଆଇଡେଣ୍ଟି କାର୍ଡଟି ଉକ୍ତ ହଷ୍ଟେଲର ସୁପରିନ୍ ଟେଣ୍ଡେଣ୍ଟଙ୍କ ଜରିଆରେ କେହି ଏଭଳି ଅବୈଧ କାମର ତଦନ୍ତ ପାଇଁ ଗଣମାଧ୍ୟମକୁ ପଠାଇଥିବା କୁହାଯାଉଛି ।

 ତେବେ ଆମେ ଉକ୍ତ ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ୍ ତଥା ହଷ୍ଟେଲର ମର୍ଯ୍ୟାଦା ଦୃଷ୍ଟିରୁ ଯଥାସମ୍ଭବ ଗୋପନ ରଖି ଉକ୍ତ ଅଞ୍ଚଳର ଲୋକଙ୍କ ଅଭିଯୋଗକ୍ରମେ ଏ ସମ୍ପର୍କରେ ଲିଖିତ ଉକ୍ତ ପ୍ରଧାନଶିକ୍ଷକଙ୍କ ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା ସହିତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ଉଠିଥିବା ଏ ସମ୍ପର୍କରେ ତଳସ୍ତରରେ ନାମମାତ୍ର ତଦନ୍ତ କରି ଚପାଇ ଦିଆଯାଇଥିବା ଏହି ଗୁରୁତର ଅଭିଯୋଗ ଓ ଚର୍ଚ୍ଚାର ଏକ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ପ୍ରକୃତ କାରଣ ବାହାର କରାଯିବାକୁ  ଗଣଶିକ୍ଷାବିଭାଗ ବନାମ ସରକାରଙ୍କ ଦୃଷ୍ଟିଆକର୍ଷଣ କରୁଛୁଁ ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଏହି ସ୍କୁଲରେ ଗତ ୨୦୧୨ରୁ କ୍ରମାଗତ ଭାବେ ରହିଆସିଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ ପିଲାଙ୍କ ଷ୍ଟାଇପେଣ୍ଡ୍ ଟଙ୍କା , ମଧ୍ୟାହ୍ନଭୋଜନ ଚାଉଳ ହଡପ ଓ ଅନ୍ୟାନ୍ୟ ଆର୍ଥିକ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀଙ୍କ ପକ୍ଷରୁ ତୁରେକେଲା ବିଇଓଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଦୀର୍ଘଦିନ ଧରି ଏହାର ତଦନ୍ତ ସୁଦ୍ଧା କରାଯାଇ ନଥିଲା । ହଠାତ୍ ଯୁଗ୍ମଦାୟିତ୍ୱରେ ଥିବା ବିଇଓଙ୍କର ଖପ୍ରାଖୋଲକୁ ବଦଳି ହୋଇଗଲା ଓ ଏବିଇଓ ଯାଇ ଯଥାକଥା ନାମମାତ୍ର ତଦନ୍ତ କରି ଫେରିଆସିଲେ । ଆହୁରିମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି କଣ୍ଟାବାଞ୍ଜିର ଜଣେ ସାମ୍ବାଦିକଙ୍କ ଦ୍ବାରା ଏବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ସ୍ଥାନୀୟ ଏକ ସାମ୍ବାଦିକସଂଘ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ପାଇଁ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ କଣ୍ଟାବାଞ୍ଜି ଥାନାରେ ମାମଲା ଋଜୁ ହୋଇଛି । ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକ ଏଥିପାଇଁ ପଚାଶହଜାର ଟଙ୍କା ଖର୍ଚ୍ଚ କରିଥିବା କୁହାଯାଇଥିଲା । ସେଥିରେ ସଫଳକାମ ନ ହେବାରୁ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକ ମଧ୍ୟ ସ୍ଥାନୀୟ ହାସପାତାଳରେ ଭର୍ତ୍ତି ହୋଇଯାଇଥିଲେ । ତେବେ ସେ ଯାହାହେଉ , ତାଙ୍କ ପତ୍ନୀଙ୍କ ତତ୍ତ୍ୱାବଧାନରେ ଥିବା ହଷ୍ଟେଲର ଜଣେ ଯୁବତୀଛାତ୍ରୀଙ୍କର ନାମ ଠିକଣା ବଦଳାଇ ସେ ନିଜେ ତା'ର ଅଭିଭାବକ ବା ପିତାମାତା ପାଲଟିବାର କାରଣ କ'ଣ , ଏହା ରହସ୍ୟମୟ ଜଣାପଡୁଛି ।ଏଣୁ ଏହା ଏହି ଅଞ୍ଚଳର ଝରଣୀ ଗ୍ରାମର କଳାହାଣ୍ଡିଜିଲ୍ଲା ମହାଲିଙ୍ଗ କଲେଜ ସଂଲଗ୍ନ ସନ୍ ସାଇନ୍ ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷା ମମିତା ମେହେରଙ୍କୁ ସେହି କଲେଜ ତଥା ସ୍କୁଲର ସଭାପତି ବନାମ ମାଲିକ ଗୋବିନ୍ଦ ସାହୁ ପରକୀୟା ପ୍ରେମ ଯୋଗୁଁ ହତ୍ୟା କରି ପୋଡି ପୋତିଦେବା ଘଟଣା ରାଜ୍ୟବ୍ୟାପି ନିଆଁ ଜଳାଇଦେଲା ପରି ଏହା ଯେ ଶିକ୍ଷାବିଭାଗର ଅବୈଧ କାରବାର ଯୋଗୁଁ ସେଭଳି ନ ହେବ , କୁହାଯାଇପାରିବ ନାହିଁ । ଉକ୍ତଗ୍ରାମରେ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଆଉ ଜଣେ ଗୋବିନ୍ଦ ସାହୁ ବୋଲି ସେ ସମୟରୁ ଅଦ୍ୟାବଧି ଚର୍ଚ୍ଚା ହୋଇଆସୁଛି !
 

ଚର୍ଚ୍ଚା ଓ ଅଭିଯୋଗ ଅନୁଯାୟୀ , ଛାତ୍ରୀଜଣକୁ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକ ନିଜ ଝିଅ ପରିଚୟ ଦେଇ ବିଭିନ୍ନ ସ୍ଥାନକୁ ନେଇ ଲଜ୍ ରେ  ରଖିବାର ସୁବିଧାଦୃଷ୍ଟିରୁ ଏପରି କରିଛନ୍ତି । ଛାତ୍ରୀଜଣକ କିଛିଦିନତଳେ ଲକ୍ ଡାଉନ ସମୟରେ ଅବୈଧଭାବରେ ତାଙ୍କ ଦ୍ବାରା ଗର୍ଭବତୀ ହୋଇପଡିଥିବା ଓ ସେ ତାକୁ ନେଇ କେଉଁଠି ଗର୍ଭପାତ କରାଇଥିବା ଉକ୍ତ ଗ୍ରାମରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ସେ ହଷ୍ଟେଲର ଝିଅର ନାଁ ସହ ସମାନ ନାଁ' ଥିବା ଜଣେ ରାନ୍ଧୁଣି ର ଘରେ ତାକୁ ମକର ବସାଇ ପ୍ରାୟ ମାସେକାଳ ରଖାଇଥିବା କଥା ମଧ୍ୟ ଶୁଣିବାକୁ ମିଳିଛି । ପତ୍ନୀଙ୍କ ସରଳବିଶ୍ବାସର ଫାଇଦା ନେଇ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଏଭଳି ଅବୈଧ କାର୍ଯ୍ୟକଳାପ ଚଳାଇବା ସହିତ ଯଥେଷ୍ଟ ପରେ ପିଲାଙ୍କ ଷ୍ଟାଇପେଣ୍ଡ୍ ଟଙ୍କା ବ୍ୟାଙ୍କରୁ ଉଠାଇ ଏହି ବିଷୟରେ ଗଣମାଧ୍ୟମରେ ଲୋଚନକୁ ଆସିବାରୁ ଜିପିଏଫ୍ ଉଠାଇ ଘର ଘର ବୁଲି ପିଲାଙ୍କ ଟଙ୍କା ଫେରେଇଥିବା ଶୁଣାଯାଇଛି । ଏସବୁ ସମ୍ପୃକ୍ତଅଞ୍ଚଳରେ ଗତ କେଇମାସ ହେଲା ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଘଟଣାକୁ ଚପାଇଦେଉଥିବା କୁହାଯାଉଛି । ଅଞ୍ଚଳରେ ଏହା ଚର୍ଚ୍ଚିତ ହୋଇପଡିବାରୁ ଉକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଚିକିତ୍ସା ଆଳରେ ଦୀର୍ଘ ଛୁଟିନେଇ ଅନୁପସ୍ଥିତ ରହିଥିବା କୁହାଯାଉଛି ।


News Comment




Photo in News

Advertisment
Lastest News
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026

You Might Also Like