-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ସୁପରିଚିତ ମନ୍ଦିର ପୂଜକ ରାଧେଶ୍ୟାମ ଷଡଙ୍ଗୀ ଙ୍କ ମଙ୍ଗଳବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବ ମାତ୍ରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ସ୍ବର୍ଗତ ଷଡ଼ଙ୍ଗୀ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ର ପୂଜକ ଥିଲେ ।ତାଙ୍କ ମୃତୁ ସମୟରେ ଦୁଇ ପୁଅ ବୋହୂ ,ଝିଅ ଜ୍ୱାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଦୁଇ ପୁଅ ଭାଗୀରଥି ଷଡଙ୍ଗୀ ଓ ଭରତ ଷଡଙ୍ଗୀ ମୂଖାଗ୍ନି ଦେଇଥିଲେ।ସ୍ବର୍ଗତ ଷଡ଼ଙ୍ଗୀ କଳାହାଣ୍ଡି ଓ ବଲାଙ୍ଗୀର ସମେତ ବହୁ ଅଞ୍ଚଳରେ ଜଣେ ଖ୍ୟାତନାମା ସୁପକାର ଭାବେ ସୁନାମ ଅର୍ଜନ କରିଥିଲେ l ତାଙ୍କ ବିୟୋଗ ରେ କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମ୍ପାଦକ ପ୍ରଦୀପ କୁମାର ସାହୁ,ଙ୍କ ସମେତ ବହୁ ବ୍ୟକ୍ତି ଶୋକପ୍ରକାଶ କରି ଅମର ଆତ୍ମା ର ସଦଗତି କାମନା କରିଛନ୍ତି l