-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ) : ବିନିକା ପୁଲିସ ବାଇକ ଚୋରି ଅଭିଯୋଗରେ 3 ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ବିନିକା ଡେଲିମାର୍କେଟପଡାର ଆକାଶ ଭୋଇ (19), ଧୀବାରପଡାର ଆଶିଷ ମେହେର (19) ଏବଂ ବାଉଶୁଣୀ ଗ୍ରାମର ସୁଦାମ ନାଏକ (24) |ପୁଲିସ ସୂଚନା ଅନୁସାରେ ଗତମାସ 21 ତାରିଖ ବିନିକା ମହିମାପଡାରୁ ସୁରେନ୍ଦ୍ର ମେହେରଙ୍କ ୟାମାହା ଏଫଜେଡ ବାଇକ ନଂ (ଓଡି,17, ଇ,6643) ଆକାଶ ଏବଂ ଆଶିଷ ଚୋରି କରି ନେଇଯାଇ ବାଉଶୁଣୀର ସୁଦାମଙ୍କ ଠାରେ ବିକ୍ରୀ କରିଥିଲେ | ଏନେଇ ସୁରେନ୍ଦ୍ର ମେହେର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା | ଆଜି ବାଉଶୁଣୀ ରୁ ସୁଦାମଙ୍କ ଘରୁ ଉକ୍ତ ବାଇକକୁ ଜବତ କରାଯାଇଛି | ସେହିପରି ଗତ 6ତାରିଖ ବିନିକା ଡେଲିମାର୍କେଟ ରୁ ଗୁଲାପଡାର ପ୍ରକାଶ ମାହାନ୍ତିଙ୍କ ହିରୋ ଗ୍ଲେମର ବାଇକ ନଂ (ଓଡି,31, ଜି 7981) ଆକାଶ ଭୋଇ ଚୋରି କରିଥିଲା | ଏବାବଦରେ ପ୍ରକାଶ ମଧ୍ୟ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ବାଇକକୁ ଡେଲିମାର୍କେଟ ପଡାରୁ ଜବତ କରିଛି | ପୁଲିସ ଆଜି ଉକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିନିକା କୋର୍ଟରେ ହାଜର କରିଥିଲା | ସେଠାରେ ବେଲ ନାମଞ୍ଜୁର ହେବାରୁ ସେମାନଙ୍କୁ ସୋନପୁର ଜେଲ ହାଜତକୁ ପଠାଯାଇଛି |