-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ପଦ୍ମପୁର-ଆଜି ମଙ୍ଗଳବାର ଦିନ ଦିବା ୨ ଘଣ୍ଟା ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ଆବାହକ ଅଶୋକ ସାହୁ ଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର,ଗାଇସିଲେଟ, ଝାରବନ୍ଧ,ପଦ୍ମପୁର ଏନ୍ ଏ ସି l ପାଇକମାଲ ବ୍ଲକ ର ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ନେତୃ ମଣ୍ଡଳୀ ଙ୍କୁ ନେଇ ଏକ ବୈଠକ ବସିଥିଲା l ଗତ ଖରିଫ ୨୦୨୧ ଫସଲବୀମା ରିଜେକ୍ଟ ରିଭର୍ଟ ଓ ପେଣ୍ଡିଙ୍ଗ ନାଁ ରେ HDFC ERGO କମ୍ପାନୀ ଚକ୍ରାନ୍ତ ଓ ଷଡଯନ୍ତ୍ର ବିରୋଧରେ ଆଲୋଚନା କରିଥିଲେ I ଏହି ମୁଖ୍ୟ ପ୍ରସଙ୍ଗ ସହିତ ଚଳିତ ରବି ଋତୁ ରେ ସାର ର ଅଭାବୀ ବିକ୍ରି ,ବିଦ୍ୟୁତ ଦେୟ, ବୋରଓଏଲ ମାନଙ୍କର ବିଦ୍ୟୁତ ସଂଯୋଗ କରା ନ ହୋଇ ଥିବା ଓ ଖରିପ ଧାନ ବିକ୍ରି ଇତ୍ୟାଦି ବିଷୟ ରେ ଆଲୋଚନା କରାଯାଇଥିଲା I ଗତ ୪ ତାରିଖ ତାରିଖ ଦିନ ସଂଗଠନର ଚାପରେ ଜିଲ୍ଲାପାଳ ରାଜବୋଡାସମ୍ବର କୃଷକ ସଙ୍ଗଠନକୁ ବୀମା ବିଭ୍ରାଟ ପ୍ରସଙ୍ଗ ରେ ଡାକିଥିଲେ ଏବଂ ସେହି ବୈଠକରେ କମ୍ପାନୀ କୁ ଅଟୋ ଆପୃଭାଲ ପାଇଁ ଜିଲ୍ଲାର ସମସ୍ତ ମନିଟରିଂ କମିଟି ର ସଦସ୍ୟ ମାନଙ୍କ ଦସ୍ତଖତ ନେଇ ଉପରୋକ୍ତ ଅଧିକାରୀ ଭୁବନେଶ୍ୱର ଙ୍କୁ ପଠାଇଥିବା ସଭାରେ ସୂଚନା ଦିଆ ଯାଇଥିଲା I ଉକ୍ତ ବୈଠକରେ ସମସ୍ତ ସଦସ୍ୟା ଏକ ସ୍ୱରରେ ଭେରୀଫିକେସନ କୁ ନିନ୍ଦା କରିବା ସହ ଭେରୀଫିକେସନ କରାଇ ନ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିର୍ବାଚନ ଆଚରଣ ବିଧି ସରିଗଲା ପରେ ମାର୍ଚ୍ଚ ପ୍ରଥମାଦ୍ଧରେ କୌଣସି ସମୟରେ ଉପଖଣ୍ଡ ର ମୁଖ୍ୟ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଦାବୀ ପୁରଣ ନହେବା ଯାଏ ଅର୍ନିଧିସ୍ଟ କାଳ ପାଇଁ ତାଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ I ଏହି ପରିକଳ୍ପିତ ଆନ୍ଦୋଳନ କୁ ପରିଚାଳନା କରିବା ପାଇଁ ଏକ ୨୫ ଜଣିଆ କମିଟି ଗଠନ କରିଥିଲେ I ଏହି ବୈଠକରେ ବରଗଡ଼ ଜିଲ୍ଲାର ଚାଷୀ ନେତା ରମେଶ ମହାପାତ୍ର ଯୋଗ ଦେଇ ଥିଲେ I ପଦ୍ମପୁର ବ୍ଲକ ରୁ ଅଜିତ କୁମାର ଶତପଥୀ, ଅଶୋକ ସାହୁ, ପ୍ରଶାନ୍ତ ପଧାନ, କୈଳାଶ ବାରିକ,ରୋହିତ ପଧାନ, ଅମୃତଲାଲ ସାହୁ,ପ୍ରକାଶ ଚନ୍ଦ୍ର ବରିହା,ସୁବାଷ ବରିହା,ସଂକୀର୍ତ୍ତନ ସାହୁ, ଦେବରାଜ ସାହୁ,,ଝାରବନ୍ଦ ବ୍ଲକରୁ ଅଶୋକ ସାହୁ,ପ୍ରମୋଦ ରାୟ, କ୍ଷମାନିଧି ସାହୁ,,ପାଇକମାଲ ରୁ ବିଶ୍ୱନାଥ ରଣା, ମଳୟ ଭୋଇ, ପାନାଲାଲ ସେଠ, ଗାଇସିଲେଟ ରୁ ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ସରୋଜ ସାହୁ, ଗଜପତି ସାହୁ,ରଥୀ ସାହୁ,ବିରେନ୍ଦ୍ର ସାହୁ ଓ ସମସ୍ତ ବ୍ଲକ ରୁ ଚାଷୀ ମାନେ ଯୋଗ ଦେଇଥିଲେ I