-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ପଦ୍ମପୁର:- ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁବୁଡା ଗ୍ରାମରେ ୧୨ ତମ ବୁଢାରଜା କ୍ରିକେଟ କପ ସମାପନ ହୋଇ ଯାଇଛି | ପୁଟୁଡେରା ଏବଂ ଖଲିଆପାଲି ମଧ୍ୟରେ ଫାଇନାଲ ମ୍ୟାଚ ରେ ଖଲିଆପାଲି ବିଜୟ ହୋଇଥିଲା| ଏହି ଅବସର ରେ ଦହିଗାଁ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଛିଡା ହୋଇଥିବା ଜ୍ୟୋସ୍ନାମୟୀ ଦାଶ, ସରପଞ୍ଚ ପ୍ରାର୍ଥୀନୀ ଚଞ୍ଚଳା ଦାଶ ଙ୍କ ସ୍ବାମୀ ପ୍ରବୀଣ ଦାଶ,ସନ୍ଧ୍ୟା ସାହୁ ଙ୍କ ସ୍ବାମୀ କୁମୁଦ ସାହୁ,ସରପଞ୍ଚ ପ୍ରାର୍ଥୀନୀ ସେବତୀ ଦାଶ ତାଙ୍କ ସ୍ବାମୀ ସରୋଜ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ | ବିଜୟ ଦଳ କୁ ଶ୍ରୀମତୀ ଜ୍ୟୋସ୍ନାମୟୀ ଦାଶ ପୁରସ୍କୃତ କରିଥିବା ବେଳେ ଦର୍ଶକ ମଙ୍ଗଲୁ ଚୌହାନ କୁ ପ୍ରିତିଶ ଦାଶ ପୁରସ୍କୃତ କରିଥିଲେ | ଟିକେଶ୍ବର ବରିହା,ଡାକ୍ତର ସାହୁ,କେତନ ବରିହା,ପ୍ରକାଶ ଦାଶ,ହେମନ୍ତ ବଡଗୁଛିଆ,ତରଣୀ ସାହୁ,କ୍ଷୀର ମେହେର,ଗଜାନନ ବୁଡେକ,ଭରତ ବୁଡେକ ପ୍ରମୁଖ ପରିଚାଳନା ଦାୟିତ୍ବ ତୁଳାଇଥିଲେ