-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି, ବିଜେଡି କୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୁଲ୍ୟ ଭୋଟ ବିଗତ ବର୍ଷମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଂଚଳ ଅବସ୍ଥା ଯାହାଥିଲା ଆଜି ବି ସେଇ ଅବସ୍ଥା । ରାସ୍ତାଘାଟ
ବିଜୁଳି,ପାଣିର ଅବସ୍ଥା ଅତି ଖରାପ । ଏଠି ଦୁଇ ଫସଲି ଧାନ ହେଉଥିଲେ ମଧ୍ୟ କଟନୀ ଛଟନୀ ଫଳରେ ଅଂଚଳର ଚାଷୀ ଅବସ୍ଥା ସୁଧୁରି ପାରୁନାହିଁ । ତା ଛଡା ଅଂଚଳରେ ଶିକ୍ଷା ଓ ରୋଜଗାର ଅବସ୍ଥା ନ କହିବା ଭଲ । ତେଣୁ ଆମେ ଯଦି ଅଂଚଳର ବିକାଶ ଚାହୁଁ ତେବେ ବାରମ୍ବାର ଭୁଲ ନ କରି ଏଥର କଂଗ୍ରେସ କୁ ଭୋଟ ଦେଇ ଜିଲ୍ଲା ପରିଷଦ ଗଠନ ପାଇଁ ସହଯୋଗ କରନ୍ତୁ ବୋଲି ଆଜି ସୋନପୁର ଜିଲ୍ଲା ବିନିକା ବ୍ଲକର ଜିଲ୍ଲାପରିଷଦ ଜୋନ ନଂ ୧ର ପ୍ରାର୍ଥୀନୀ ମଞ୍ଜୁଲତା ମହାନନ୍ଦ ଓ ଜୋନ ୨ର ପ୍ରାର୍ଥୀ ପ୍ରଦୀପ ସେଠିଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଆଜି ବିନିକା ବ୍ଲକ ଅନ୍ତର୍ଗତ ଜୋନ ୧ ର ବାଙ୍କାଘିରିଡି,ସିଂହୀଯୁବା, ତରଦା ଜୋନ ୨ର ଶଙ୍କରା, କୁଇବାହାଲ,ଅମାମୁଣ୍ଡା,ମହଦା, କଉଡିଆମୁଣ୍ଡା ଓ ବାଞ୍ଜିପାଲି ଗ୍ରାମରେ କଂଗ୍ରେସ ଦଳ ତରଫରୁ ନିର୍ବାଚନୀ ସଭା ସବୁ ଅନୁଷ୍ଠିତ ହୋଇଥିଲା । ଶ୍ରୀମିଶ୍ର ତଥା ଉଭୟ ପ୍ରାର୍ଥୀ ଭୋଟ ମାଗିବା ବେଳେ ଲୋକେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ବାରମ୍ବାର ଭୋଟ ଦେଇ କିପରି ଠକେଇ ରେ ପଡୁଛନ୍ତି ସେ ଉପରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ । ଏଇ ଜିଲ୍ଲାପରିଷଦ ନିର୍ବାଚନରେ ଲୋକେ ଅଂଚଳର ବିକାଶ ପାଇଁ କଂଗ୍ରେସ ଦଳକୁ ଭୋଟ ଦେଇ ଏଥର ଏକ ବଡ ରାଜନୈତିକ
ପରିବର୍ତ୍ତନ ଆଣନ୍ତୁ ବୋଲି ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା,ମହିଲା ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ସାଧାରଣ ଜିଲ୍ଲା ସଂପାଦକ ଚନ୍ଦ୍ରମଣି ତ୍ରିପାଠି,ଯୁବ ସଭାପତି ପ୍ରିୟବ୍ରତ ସାହୁ,ସୁଧୀର ପଣ୍ଡା, ସଂଗ୍ରାମ କେଶରୀ ନାୟକ,ବ୍ଲକ ସଭାପତି ରବୀନ୍ଦ୍ର ହୋତା, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।