-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ଗଞ୍ଜାମ/କୋଦଳା (ଉମା ମହାରଣା): ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ ଉପରେ ଏକ ଆଲୋଚନାଚକ୍ର କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ବ୍ରହ୍ମପୁରର ବିଶିଷ୍ଟ ଚାର୍ଟାଡ୍ ଆକାଉଣ୍ଟେଣ୍ଟ୍ ତଥା ସର୍ବଭାରତୀଯ ଚାର୍ଟାଡ୍ ଆକାଉଣ୍ଟେଣ୍ଟ୍ ଆସୋସିଏସନ୍ ବ୍ରହ୍ମପୁର ଶାଖାର ସଭାପତି ଇପିଲି ଅଶୋକ କୁମାର ଏଥିରେ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ଯ ଉପରେ ଆଲୋକପାତ କରିଥିଲେ ।ଚଳିତ ବଜେଟ୍ ରେ ଆୟକରରେ ସ୍ଲାବର କୌଣସି ପରିବର୍ତ୍ତନ ହୋଇ ନଥିବାରୁ ସମାଲୋଚନା କରିଥିଲେ ଏବଂ ପ୍ରତ୍ୟେକ ନାଗରିକ ଇନ୍ କମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ ।ପୂର୍ବତନ ସଭାପତି ଗଦାଧର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଂପାଦକ ଜୟନ୍ତ କିଶୋର ପାତ୍ର ପରିଚାଳନା କରିଥିବା ବେଳେ ଅସିତ୍ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ବ୍ରହ୍ମପୁରର ଅନ୍ୟାନ୍ୟ କ୍ଳବର ସଭ୍ୟ, ଏବଂ ଇନରହ୍ବିଲ କ୍ଳବ ର ସଦସ୍ୟା ମାନେ ଯୋଗଦେଇ ବଜେଟ୍ ସମ୍ପର୍କୀୟ ପ୍ରଶ୍ନ ଉତ୍ଥାପିତ କରି ସନ୍ଦେହ ମୋଚନ କରିଥିଲେ ।