-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱ ରେ ଥିବା ମାଁ ମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ ପରାମର୍ଶ ଦେଇ ବର୍ତ୍ତମାନ ଗ୍ରାହକଙ୍କ ଖାଦ୍ୟରୁଚିକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରିବାଉପରେ ଗୁରୁତ୍ୱାରୋପ ଦେଇ ନିଜେ ସ୍ୟାଣ୍ଡଉଇଚ୍ ପ୍ରସ୍ତୁତ କରି ମାଁ ମାନଙ୍କୁ ଚକିତ କରିଦେଇଥିଲେ। ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟ ରେ କାଫେଟେରିଆ ଦାୟିତ୍ୱ ରେ ଥିବା ସମସ୍ତ ମହିଳା ଅଭିଭୂତ ହୋଇପଡିଥିଲେ। ଜିଲ୍ଲପାଳ ଙ୍କ ଏପରି ପଦକ୍ଷେପକୁ ଜିଲ୍ଲାର ବୁଦ୍ଧିଜୀବୀ, ବିଭିନ୍ନ ମହିଳା ସଂଗଠନ, ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି l ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା କୁ ଓ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ପ୍ରୋତ୍ସାହନ ଦେବାକୁ ଜ଼ିଲ୍ଲାପାଳ ନର୍ଭଣେ ଜ଼ିଲ୍ଲା ରେ ଯୋଗଦାନ ଦିନ ହିଁ ସେ ତାଙ୍କ ପ୍ରତିକ୍ରିୟା ରେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ମତ ରଖି ଥିଲେ l