-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ବଲାଙ୍ଗୀର, (ପ୍ରେରଣା ଖବର) - ଜିଲ୍ଲାର ରେ ସ୍ୱତନ୍ତ୍ର ଭାବେ ପ୍ରତିବର୍ଷ ଦୀପାବଳି ଓ ଧନତରସ ପାଳନ କରାଯାଇ ଆସୁଥିବା ବେଳେ ଚଳିତ ସମୟରେ କରୋନା କଟକଣା ଯୋଗୁଁ ହର୍ଷ, ଉଲ୍ଲାସର ମାହୋଲ ଦେଖା ଦେଖାଦେଇନି। ତଥାପି ସହର ର ଦୈନିକ ବଜାର ଗୁଡିକ ରେ ଆଖୁ,ପଦ୍ମ ଫୁଲ, କଦଳିଗଛ ଆଦି ର ଆସର ଜମିଛି। ଘରେ,ଘରେ କେବଳ ଦୀପ ଜାଳି ଓ ପୂଜା କରି ଚଳିତ ବର୍ଷ ଏହି ପାରମ୍ପରିକ ଉତ୍ସବ ପାଳନ କରାଯିବ। ସେହିପରି ଜିଲ୍ଲାର ବିଭିନ୍ନ ସହରରେ ସୁନା,ରୁପା ଗହଣା ଦୋକାନ ଗୁଡ଼ିକ ରେ କୋଭିଡ କଟକଣା ସତ୍ୱେ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଜିଲ୍ଲାର ସମସ୍ତ ସ୍ଥାନରେ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଫଟକା ସାମଗ୍ରୀ ବିକ୍ରି ନ କରିବା ଓ ଯଦି କିଏ କରେ
ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମାଇକ ଯୋଗେ ବେଶ ପ୍ରଚାର ପ୍ରସାର ବା ଘୋଷଣା କରାଯାଇଛି। ସରକାରୀ ନିୟମ ଉଲଂଘନ ନ କରି ପ୍ରଶାସନ କୁ ସହଯୋଗ କରିବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନ କରିବା ସୂଚନା ଦିଆଯାଇଥିବା ଜଣାଯାଇଛି।