-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ଗଜପତି (ଦୀପକ କୁମାର ଷଡଙ୍ଗୀ):ଗଜପତି ଜ଼ିଲ୍ଲା ମୋହନା ଥାନା ପରିସରରୁ ପୋଲିସ କୁ ଚକମା ଦେଇ ଚମ୍ପଟ ମାରିଛି ଜଣେ ଗଞ୍ଜେଇ ଅଭିଯୁକ୍ତ l ତଦନ୍ତ ରେ ବାଧା ଉପୁଜିବା ସନ୍ଧେହ ରେ ଅଭିଯୁକ୍ତ ର ନାମ ଗୋପନ ରଖାଯାଇଛି l ଗଜପତି s.p ତପନ କୁମାର ପଟ୍ଟନାୟକ ଙ୍କ ସୂଚନା ପ୍ରକାରେ ପୂର୍ବରୁ ଥିବା ଏକ ଗଞ୍ଜେଇ ମାମଲା ରେ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା, ଆଜି ଭୋର ସମୟରେ ପାଇଖାନା ଯିବା ବାହାନାରେ ଅଭିଯୁକ୍ତ ଜଣକ ଦୁଇଜଣ ସେଣ୍ଟ୍ରି ଏବଂ ହୋମଗାର୍ଡ ଙ୍କୁ ଧକ୍କା ମାରି ଥାନାର ଦୁଇ ମହଲା ଛାତ ଉପରୁ ଲମ୍ଫ ମାରି ଫେରାର ହୋଇଯାଇଛି l ଗଜପତି ରେ ଏହା ନୂଆ ଘଟଣା ନୁହଁ, ପୂର୍ବରୁ ଆର. ଉଦୟଗିରି ଥାନାରୁ ମଧ୍ୟ ଜଣେ ମାଫିଆ ଏଭଳି ଫେରାର ହୋଇଛି ଏ ପର୍ଯ୍ୟନ୍ତ ତାର ପତ୍ତା ମଧ୍ୟ ମିଳିପାରିନାହିଁ l ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ବିଭାଗ ଏହାକୁ ଅତି ହାଲୁକା ଭାବେ ନେଉଛି, ଅନ୍ୟପଟେ ପୋଲିସ ହେପାଜତ ରୁ ଚମ୍ପଟ ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି l