-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ପଦ୍ମପୁର:-ଚଳିତ ଜାନୁୟାରୀ ୨୬ ତାରିଖ ଠାରୁ ଦିର୍ଘ ୫ ଦିନ ବ୍ୟାପି ରେନବୋ କ୍ରିକେଟ ଆସୋସିଏସନ୍ ଆୟୋଜନ କରିଥିବା ୨୨ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ଫାଇନାଲ ମ୍ୟାଚ କୁ ସରସ ସୁନ୍ଦର ତଥା ଆୟୋଜକ, ଖେଳାଳି ମାନଙ୍କୁ ଉତ୍ସାହିତ କରିବାପାଇଁ ୧୩ ନଂ ଜୋନ ରେ ବିଜୁ ଜନତା ଦଳ ର ଜିଲ୍ଲାପରିଷଦ ପ୍ରାର୍ଥିନୀ ଶ୍ରୀମତୀ ବାସନ୍ତୀ ବାଲମ,ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସମିତିସଭ୍ୟା ଭାବେ ଛିଡା ହୋଇ ଥିବା ପ୍ରାର୍ଥିନୀ ଶ୍ରୀମତୀ ସୁସ୍ମିତା ବାରିକ, ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରାର୍ଥିନୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀମତୀ ସେବତୀ ବାରିକ, ଶ୍ରୀମତୀ ଅନୀତା ଭୋଇ ଏବଂ ଶ୍ରୀମତୀ ନଳିନୀ ବେହେରା, ରୀତା ବାରିକ ଅତିଥି ଭାବେ ଯୋଗଦାନ କରିଥିଲେ l ପ୍ରାରମ୍ଭେ ପ୍ରଥମ ସେମିଫାଇନାଲ ମ୍ୟାଚ ଲୁହାରପାଲି କ୍ରିକେଟ ଦଳ ସହ ନେହେରୁ ସ୍ପୋଟିଙ୍ଗ ପଦ୍ମପୁର ମଧ୍ୟରେ ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହୋଇ ନେହେରୁ ସ୍ପୋଟିଙ୍ଗ ୭ ୟୁକେଟ ୭୯ ରନ ହାସଲ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ lଦ୍ୱିତୀୟ ସେମିଫାଇନାଲ ବିନଦାସ ବଏ ପାଟଣାଗଡ଼ ସହ ବିନ୍ଧ୍ୟବାସିନୀ ସ୍ପୋଟିଙ୍ଗ ଭେଉଁରିଆ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇ,ଭେଉଁରିଆ ଦଳ ୭ ୟୁକେଟ ୪୪ ରନ ହାସଲ କରି ଭେଉଁରିଆ ଦଳ ବିଜୟୀ ଘୋଷିତ ହୋଇଥିଲେ ।ପରେ ଭେଉଁରିଆ କ୍ରିକେଟ ଦଳ ସହ ନେହେରୁ ସ୍ପୋଟିଙ୍ଗ ପଦ୍ମପୁର ମଧ୍ୟରେ ସଂଘର୍ଷମୟ ଖେଳ ହୋଇ ୯ ୟୁକେଟ ୭୮ ରନ ହାସଲ କରି ଶେଷରେ ବିଜୟୀ ଘୋଷିତ ହୋଇ ୧୫ ହଜାର ୧୫ ଗୋଟାଏ ଟ୍ରଫି ଜିତିବାରେ ସକ୍ଷମ ହୋଇପାରିଥିଲା l ପରାଜିତ ଦଳକୁ ୧୦ହଜାର ୧୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ଭେଉଁରିଆ ର ସଚିନ୍ ୪୧ ବଲ ରେ ୧୩୬ ରନ ସହ ୭ ଓଭର ଫିଙ୍ଗି ୮ ୟୁକେଟ ହାସଲ କରି ମେନ ଅପ ଦ ସିରିଜ ଭାବେ ଘୋଷିତ ହୋଇ ଗୋଟିଏ ବାଇସାଇକେଲ ସହ ଟ୍ରଫି ହାସଲ କରିଥିଲେ l