-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ରେ ବିଜେଡି ନେତା ପ୍ରଦୀପ ଗୁରୁ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ। ଅଭିଯୋଗ ଅନୁଯାୟୀ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଓଡ଼ିଶା ସରକାର ଆଦିବାସୀ ସଂରକ୍ଷଣ କୋଟା ଉଠାଇ ଦେଇଥିବା ଯୋଗୁଁ ଆଦିବାସୀ ମାନଙ୍କ ମନରେ ତ୍ରୀବ୍ର ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ ଆନ୍ଦୋଳନ କରୁଥିବା ବେଳେ ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଅଛି। ଏହାର ପ୍ରତିବାଦରେ ଆଦିବାସୀ ମାନେ ସବୁ ଆଡ଼େ ଧାରଣା ଦେଇଥିବା ବେଳେ ତାଙ୍କୁ ତାଛ୍ଛଲ୍ୟ କରି ଗତ ଜାନୁୟାରୀ ୨୩ ତାରିଖ ଦିନ ବିଜେଡ଼ି ନେତା ପ୍ରଦୀପ ଗୁରୁ ବୈଦୁତିକ ଗଣମାଧ୍ୟମରେ ବିଭିନ୍ନ କଟୁ କଥା କହିଥିଲେ। ଯାହା ଫଳରେ ସେମାନେ ଅପମାନିତ ହେବା ସହ ଲଜ୍ଜିତ ମଧ୍ୟ ହୋଇଛନ୍ତି। ଏଭଳି କାର୍ଯ୍ୟ ପ୍ରତି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଆଜି ହରିଜନ ଆଦିବାସୀ ନିବାରଣ ଧାରା ୧୯୮୯ ବଳରେ ତୁରେକେଲା ଥାନାରେ ଅଭିଯୋଗ କରି ବିଜେଡି ନେତା ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।ଯଦି ଏହି ବିଷୟରେ କୌଣସି ପଦକ୍ଷେପ ଗ୍ରହଣ ନକରାଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ମୁହାଁ ହେବାକୁ ଧମକ ଦେଇଛନ୍ତି।