-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବଲାଙ୍ଗିର,(ପ୍ରେରଣା ଖବର)- ଆଜି ସନ୍ଧ୍ୟା ଘ.୫ ସମୟରେ ସ୍ଥାନୀୟ ରାମଜୀପଡା ସ୍ଥିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ବାସଭବନକୁ ଯାଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କ ସାହିତ୍ୟ କଳାକୃତି ପାଇଁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ପଦ୍ମଶ୍ରୀ ଗୁରୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗକୁ ଆହୁରି ସାହିତ୍ୟ କ୍ଷେତ୍ରରେ କାମ କରନ୍ତୁ ବୋଲି କହିଥିଲେ । ତାଙ୍କ ଦ୍ୱାରା ଲିଖିତ ଅନେକ ପୁସ୍ତକ, କବିତା, ପାଠ୍ୟ ପୁସ୍ତକ ବିଶେଷ କରି କୋସଲି ଅଭିଧାନ ଲୋକଙ୍କ ଦ୍ୱାରା ଅନେକ ମାତ୍ରାରେ ଗ୍ରହଣିୟ ହୋଇଛିି ବୋଲି ଶ୍ରୀ ମିଶ୍ର ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିôଲେ । ପଦ୍ମଶ୍ରୀ ଶ୍ରୀ ଗୁରୁ ବିଧାୟକ ଶ୍ରୀମିଶ୍ରଙ୍କୁ ନିଜେ ଲେଖିଥିବା ଦୁଇଟି ପୁସ୍ତକ ଉପହାର ଭାବେ ପ୍ରଦାନ କରିବା ସହ ଆଗାମି ଦିନରେ ସାହିତ୍ୟ କ୍ଷେତ୍ରରେ ଆହୁରି କାମ କରିବାର ଅଛି ବୋଲି କହିଥିଲେ