-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବରଗଡ:- ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଆରମ୍ଭରୁ ବିଜେପି ପାଇଁ କାର୍ଯ୍ୟ କରି ଆସୁଥିବା ବିଜେପି ର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପୂର୍ଣ୍ଣନନ୍ଦ ସିଂ ଠାକୁର, ପୂର୍ବତନ ମଣ୍ଡଳ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ, ପୂର୍ବତନ ବ୍ଲକ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଛବିଲାଲ ଦୀପ,ପୂର୍ବତନ ବ୍ଲକ ମଣ୍ଡଳ ଉପ ସଭାପତି ଶ୍ରୀ କିଶୋର ଦାସ, ପୂର୍ବତନ ବ୍ଲକ ଉପ ସଭାପତି ଶ୍ରୀ ଭଗବାନ ସାହୁ, ଆରତୀ ବରିହା, ପୁର୍ଣିମା ସାହୁ, ବିଶ୍ଵା ମିତ୍ର ନାଗ,ଦୀନବନ୍ଧୁ ଭୋଇ, ବିଜୟ ବେଣ୍ଡ କାର,ବିଶେଷ ପ୍ରଧାନ ସମେତ ବିଭିନ୍ନ ପଦ ପଦବୀରେ ଥିବା ୪୦୦ ବିଜେପି କର୍ମକର୍ତ୍ତା ସ୍ଵଇଚ୍ଛାରେ ଆଜି ସୋହେଲା ଠାରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳରେ ମିଶିଥିବା କର୍ମୀ ମାନେ ଦୀର୍ଘଦିନ ହେଲା ବିଜେପି ପାଇଁ କଠୋର ପରିଶ୍ରମ ସତ୍ତ୍ୱେ କର୍ମୀ ମାନଙ୍କୁ ବିଜେପି ଦଳ ର ନେତାମାନେ ସଦାବେଳେ ଅଣଦେଖା,ଏମିତି କି ସମ୍ମାନ ମଧ୍ୟ ଦେଉନାହାନ୍ତି ।ଏମିତିକି ସେମାନେ କୋହରେ ବିକାଶ ତ ବହୁତ ଦୂରର କଥା ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବଳିଷ୍ଠ ନେତୃତ୍ବରେ ପ୍ରଭାବିତ ହୋଇ ଆଜି ସୋହେଲା କାର୍ଯ୍ୟାଳୟରେ ବିଜେପି ଦଳକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।
ଏଥିସହ ଆଜି ଯୋଗଦାନ କରିଥିବା କର୍ମୀମାନଙ୍କୁ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ ସମସ୍ତ କର୍ମକର୍ତ୍ତା ବିଜେପି ଛାଡ଼ି ବିଜେଡିରେ ଯୋଗଦାନ କରିଥିବାରୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଧନ୍ୟବାଦ ଜଣାଇଛନ୍ତି । ଏପଟେ ବିରୋଧୀ ଶିବିରକୁ ପରିତ୍ୟାଗ କରି ବିଜେଡି ରେ ମିଶୁଥିବା କର୍ମୀମାନଙ୍କର ତାଲିକା ଲମ୍ବିବାରେ ଲାଗିଥିବା ବେଳେ ବିଜେପି ଦଳରେ କଳାବାଦଲ ଧିରେ ଧିରେ ଢାଙ୍କିବାରେ ଲାଗିଛି