-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ବଲାଙ୍ଗିର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗ୍ରାମବାସୀ ଙ୍କୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବାକୁ ବିଡ଼ିଓ ଙ୍କୁ ଦାବିପତ୍ର। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷବାସ ନ ହୋଇଥିବାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ କିଛି ଜଣ ଚାଷୀ ରାଜ୍ୟ ବାହାରେ କାମ ନକରି ନିଜ ଅଞ୍ଚଳରେ କାମ କରିବା ପାଇଁ ଚାହୁଁଥିବା ବେଳେ ବେକାର ବସି ରହୁଛନ୍ତି। ସେଥିପାଇଁ ଜନ ହିତକାର ପାଇଁ
ଯେଉଁ ସରକାର ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା କରିଛନ୍ତି ତା'ହେଲେ ସେହି ଯୋଜନାରେ ସାମିଲ କରି ଲୋକଙ୍କୁ କାମ ଦିଆଯାଉ ବୋଲି ଆଜି ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗ୍ରାମବାସୀ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ର ଦାବିପତ୍ର ପ୍ରଦାନ ବେଳେ କୋଶଳ ସଂଗ୍ରାମୀ ଧର୍ମରାଜ ବରିହା ଙ୍କ ସହ ଗ୍ରାମ ର ଅନେକ ଯୁବକ ସାମିଲ ହୋଇଥିଲେ।