-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
31-Jan-2022
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)ବରଗଡ଼ ଜିଲ୍ଲା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ କୁଷ୍ଠ ନିରାକରଣ ଦିବସ ଆଜି ପାଳିତ ହୋଇଯାଇଛି ।ପ୍ରାରମ୍ଭେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳ ରେ ଯାଉଥିବା ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଗ୍ରାମପରିକ୍ରମ କରି କୁଷ୍ଠ ନିରାକରଣ ସକାଶେ ସଚେତନତା ର ବାର୍ତ୍ତା ଜନ ସାଧାରଣ ଙ୍କ ଉଦ୍ଧିଷ୍ଟ ରେ ପ୍ରଦାନ କରାଯାଇଥିଲା ।ଏହି ବ୍ୟାଧି କୁ ଭୟ ନ କରି ସଚେତନ ରହିବାକୁ ଜନସାଧାରଣ ଙ୍କୁ ଲେପ୍ରା ଇଣ୍ଡିଆ ଫିଲ୍ଡ କୋଡିନେଟର ଶ୍ରୀମାନ ତୋଫାନ ଚନ୍ଦ୍ର ମହନ୍ତ ପରାମର୍ଶ ଦେଇଥିଲେ l ଶେଷରେ ବିଏଲଏନଡବ୍ୟୁ ଶ୍ରୀମାନ ସତ୍ୟଭୂଷଣ ସାହୁ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିପିଏମ ରେବତୀ ମୋହନ ଜେନା,ଏମଟିଏସ ସାନୋଜ ଦାଶ, ମେଡିକାଲ ଅଫିସର ଡଃ ଶୁଭ୍ର ପ୍ରକାଶ ସେନାପତି, ମହିଳା ପରିଦର୍ଶିକା ମରେୟମ କୁଲୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ