-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ବଲାଙ୍ଗୀର, କିଛି ଦିନ ପର୍ବରୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ନରସିଂହ ପ୍ରସାଦ ଗୁରୁଙ୍କ ନାମ ଘୋଷଣା ହେବା ପରେ ପ୍ରତିଦିନ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀ ଗୁରୁଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଆଜି ଶ୍ରୀ ଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ,ବଲାଙ୍ଗୀର ଶାଖା ତରଫରୁ ପଦ୍ମଶ୍ରୀ ନୃସିଂହ ଗୁରୁ ଙ୍କୁ ତାଙ୍କ ରାମଜୀ ପଡା ବାସଭାବନରେ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏକାଡେମୀର ରାଜ୍ୟ ସଂଗଠନ ସଂପାଦକ ନବକିଶୋର ବେହେରାଙ୍କ ସମେତ ସଭ୍ୟ ରଘୁ ନନ୍ଦନ ସିଂହ, ନେପାଳ ଚନ୍ଦ୍ର ବାଗ, ଶୁଭ୍ରାଂଶୁ ଶେଖର ପଣ୍ଡା, ରାଜକିଶୋର ପଣ୍ଡା ପ୍ରମୁଖ ପଦ୍ମଶ୍ରୀ ଶ୍ରୀ ଗୁରୁଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିବା ସହ ଶ୍ରୀ ଗୁରୁଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିେଲେ ।