-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) :: ବଲାଙ୍ଗିର ଆଇନ୍ ମହାବିଦ୍ୟାଳୟ ପ୍ରାଙ୍ଗଣରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ୍ ଅଧ୍ୟକ୍ଷ ଶ୍ରୀ ସଞ୍ଜିବ କୁମାର ପ୍ରଧାନ ପତାକା ଉତ୍ତୋଳନ କରିବା ସହିତ କଲେଜ୍ ର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଗଣତନ୍ତ୍ର ଦିବସ ପାଳନ ର ଯଥାର୍ଥତା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିଲମଣି ତ୍ରିପାଠୀ ରଜତ ବେଜ୍, ପ୍ରିତି ସରାଫ୍, ଗିରିସୁତା ବାଗ, ବିଜଲିସିଂ ଭୋଇ ଓ ପ୍ରଜ୍ଞା ରାଣୀ ବହିଦାର ଉପସ୍ଥିତ ରହି କୋଭିଟ କଟକଣା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ।