-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ବୌଦ୍ଧ //ଆଜି ସକାଳ ୮.୩୦ ମିନିଟ ସମୟରେ ବୌଦ୍ଧ କଚେରୀ ପଡିଆ ଠାରେ ୭୩ତମ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପୋଲିସ ବାହିନୀ ର ଅଭିଵାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୁତି ଚାରଣ କରିଥିଲେ l ଏହି ଉପଲକ୍ଷେ ପୋଲିସ ବାହିନୀର ୫ତମ IRBN ର ଦୁଇଟି ଟ୍ରୁପ ଏବଂ କମାଣ୍ଡର କେ. ବି. ଭୋଇ, ଏ. କେ. ମଲ୍ଲିକ, ଏ ପି ଆର୍ (ପୋଲିସ ) ଦଳ ଏବଂ କମାଣ୍ଡର ପି. କେ. ମଲ୍ଲିକ, ହୋମଗାର୍ଡ
ର ଏକ ଦଳ ଏବଂ କମାଣ୍ଡର ବାବୁଲି ହାତୀ, ବ୍ୟାଣ୍ଡ କଣ୍ଟିଜେଣ୍ଟ ମିଳିତ ଜ଼ିଲ୍ଲା ପୋଲିସ ଏବଂ 5ତମ ଆଇ. ର. ବି. ଏନ. ଦଳ ଏହିପରି ସର୍ବମୋଟ 5ଟି ଦଳ ରେ 104 ଜଣ ପୋଲିସ ବାହିନୀ ଉପସ୍ଥିତ ରହି ଜାତୀୟ ପତାକା କୁ ସମ୍ମାନ ଜଣାଇବା ସହ ମୁଖ୍ୟ ଅତିଥି ଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ l ଏହି ଉପଲକ୍ଷେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟl ଳୟ ପକ୍ଷରୁ ବୌଦ୍ଧ ସହର ରେ ରାମଧୁନ, ପରେ ପରେ ସକାଳ ୭ଘଟିକା ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଜାତୀୟ ପତାକା ଉତ୍ତୋଳନ, ପରେ ପରେ ଗାନ୍ଧି ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି, ଭୈରବୀ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ନୂଆଛକ ସାହି ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି, ବ୍ରିଜ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଏନ. ଏ. ସି ଛକ ସ୍ଥିତ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ଶ୍ରୀ ମିଶ୍ର ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସହ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞ୍ୟାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦେଶକ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ
ସଂସ୍ଥା ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଏସ. ପି. ରବୀନ୍ଦ୍ର କୁମାର ରାଉତ, ତହସିଲଦାର ଅବିନାଶ ପାଣ୍ଡିଆ, ଇ. ଓ. ଇଂ ମନୋରଞ୍ଜନ ପଣ୍ଡା, ଏନ. ଏ. ସି ର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ର କର୍ମଚାରୀ, ଗଣ ମାଧ୍ୟମପ୍ରତିନିଧି ଉପସ୍ଥିତ ଥିଲେ l ଏହି ଦିବସ ଅବସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରି କାର୍ଯ୍ୟକ୍ରମ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଜ଼ିଲ୍ଲା ଚିକିତ୍ସା ଧିକାରୀ, ଜ଼ିଲ୍ଲା ପୋଲିସ କାର୍ଯ୍ୟଳୟ, ଅଗ୍ନି ସମ ସେବା ସଂସ୍ଥା,ଏନ. ଏ. ସି. ର ପରିମଳ କର୍ମଚାରୀ ଉପସ୍ଥିତ ଥିଲେ l