-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ପାଟଣାଗଡ/ଭଇଁଷା(ପ୍ରେରଣା ଖବର) : ଅଖିଳ ଭାରତୀୟ ବିଦ୍ଯାର୍ଥି ପରିଷଦ ବଲାଙ୍ଗୀର ଜିଲ୍ଲା ସଂଗଠନ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ "ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି l ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ଯିକ, ନାଟ୍ଯକାର, ଅଭିନେତା କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ସ୍ମୁତିପୀଠ ଭଇଁଷା ଠାରେ ପାଳିତ ହୋଇଥିଲା lଏହି "ଅମୃତ ମହୋତ୍ସବ" ରେ ସ୍ଥାନୀୟ ଚିକିତ୍ସାଳୟର ମୂଖ୍ଯ ଡା.ଅଶୋକ କୁମାର ମହାକୁର ମୂଖ୍ୟ ଅତିଥି ଏବଂ ବିଶିଷ୍ଟ ସଂଚାର କଳାକାର ବେଦଜ୍ଞ ଆଚାର୍ଯ୍ଯ କ୍ଷମାନିଧି ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ l ଅଖିଳ ଭାରତୀୟ ବିଦ୍ଯାର୍ଥି ପରିଷଦ ବଲାଙ୍ଗୀର ଜିଲ୍ଲା ସଂଗଠନ ର ସଂପାଦକ ଶ୍ରୀ ଲଳିତ କୁମାର ଦାସ ଉକ୍ତ "ଅମୃତ ମହୋତ୍ସବ" ର ମହତ୍ବ ଏବଂ ଜାତୀୟତାବୋଧ ବିଷୟରେ ଆଲୋକପାତ କରିଥିଲେ l ସ୍ଥାନୀୟ କଳାକାର ଗୁରୁ ନବଦ୍ବୀପ ଚାନ୍ଦ ବେହେରା ଜାତୀୟ ସଂଗୀତ ଗାନ କରିଥିଲେ ଓ ସ୍ଥିନୀୟ ବିଦ୍ଯାଳୟ ମାନଙ୍କର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଏବଂ ବିଶିଷ୍ଟ ବ୍ଯକ୍ତିମାନେ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଗୁରୁ ଆଲୋକ ଦାସ ଏବଂ ଏଥିରେ ସହଯୋଗ କରିଥିଲେ ଅଧ୍ଯାପକ ଶିବ ପ୍ରସାଦ ସା, ଆଗ୍ରହ ପ୍ରକାଶ ଦାସ, ଉମେଶ ଚନ୍ଦ୍ର ମଟାରୀ, ବୈଦ୍ଯ ପୁର୍ଣ୍ଣଚନ୍ଦ୍ର ପଧାନ, ବିନାୟକ ହୋତା, ବିକାଶ ପଧାନ, ସହଦେବ ଷାଣ୍ଢ, ବସୁଦେବ ବିଶି, ରୁଦ୍ରମଣି ପଟେଲ, ନିଳମଣି ପଟେଲ,ରକ୍ଷାକାରୀ ସାହୁ ଏବଂ ଅନ୍ଯମାନେ l ଉକ୍ତ କାର୍ଯ୍ଯକ୍ରମଟି କୋଭିଡ୍ ୧୯ ଗାଇଡ୍ ଲାଇନ୍ ଅନୁସାରେ ମାକ୍ସ ସାନିଟାଇଜର୍ ବ୍ଯବହାର ସହିତ ସାମାଜିକ ଦୂରତା ରକ୍ଷାକରି ପାଳିତ ହୋଇଥିଲା l