-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦୁର୍ଗାପାଲି ୱାର୍ଡ ନମ୍ବର ୧୪ ଅଞ୍ଚଳରେ ଏକ ରାସ୍ତା କାମକୁ ନେଇ ଭଗରାମାଳ (ହରିଜନପଡ଼ା) ଓ ଖଡିଆପଡ଼ାବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି I ଘଟଣାରୁ ଜଣାଯାଇଛି ଯେ ଦୁର୍ଗାପାଲି ମୁଖ୍ୟରାସ୍ତାରୁ ଭଗରାମାଳ ହରିଜନପଡ଼ାକୁ ମହାନଗର ନିଗମ ପକ୍ଷରୁ ଏକ ରାସ୍ତା କଂକ୍ରିଟ କାମ ଆରମ୍ଭ ହୋଇଛି I ଏହି ରାସ୍ତାର ସମ୍ଭୁଖ ଭାଗରେ ଏକ ହନୁମାନ ମନ୍ଦିର ରହିଛି I ରାସ୍ତା କାମ ହନୁମାନ ମନ୍ଦିର କଡରେ ହେଉଛି I ଏହାକୁ ଅନ୍ୟତ୍ର କରିବାକୁ ଖଡିଆପଡ଼ାବାସୀ କହୁଥିବାବେଳେ ଏହାକୁ ନେଇ ଉଭୟପଡ଼ା ବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା I ତେବେ ଘଟଣାସ୍ଥଳକୁ କ୍ଷେତରାଜପୁର ପୋଲିସ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିଛି I ଅନ୍ୟପକ୍ଷରେ କିନ୍ତୁ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବା ଦେଖାଯାଇଛି I ଅନ୍ୟପକ୍ଷରେ ଉଭୟ ପଡ଼ାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ସମାଧାନ କରିବା ପରିବର୍ତ୍ତେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ କିନ୍ତୁ ନିରବଦ୍ରଷ୍ଟା ସାଜିଛି I ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୨ ମସିହାରେ ସମ୍ବଲପୁର ରାମସାଗର ବନ୍ଧର ନବୀକରଣ କାର୍ଯ୍ୟ ସମୟରେ ବନ୍ଧ ଚାରିକଡ଼ରେ ରହୁଥିବା ଲୋକଙ୍କୁ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ଉଠାଯାଇ ଦୁର୍ଗାପାଲିରେ ସମୁଦାୟ ୧ ଏକର ୨୩ ଡ଼ିସିମିଲ ଜାଗାକୁ ୧୩ଟି ପରିବାରକୁ ଦିଆଯାଇ ଥଇଥାନ କରାଯାଇଥିଲା I ଠିକ୍ ଆଜକୁ ୨ ବର୍ଷ ପୂର୍ବେ ଗତ ତା.୧୪. ୦୧.୨୦୧୯ ମସିହା ଦିନ ମଧ୍ୟ ଏହି ମନ୍ଦିର ଜାଗାକୁ ନେଇ ଉଭୟ ପଡ଼ାବାସୀଙ୍କ ମଧ୍ୟରେ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଲିଖିତ ଆପୋଷ ସମାଧାନ ହୋଇଥିଲା I