-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||     

HOME   ଜିଲ୍ଲା

ଇଣ୍ଡିଆ ୱାଜ୍ ଏ ଡେମୋକ୍ରେଟିକ କଣ୍ଟ୍ରି

26-Jan-2022



ଆମ ପ୍ରିୟ ଦେଶର ନାମ ଭାରତବର୍ଷ ।ଏହା ଅନେକ ଦିନ ଧରି ପରାଧିନ ଭାବେ ବ୍ରିଟିଶ ଶାସନାଧୀନ ରହିବାପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ସ୍ୱାଧୀନତା ଲାଭ କରିଥିବା ସମସ୍ତ ଭାରତୀୟ ଙ୍କୁ ଜଣା ।ବ୍ୟଙ୍ଗାତ୍ମକ ଭାବେ କହିବାକୁ ଗଲେ ଏହି ଦିନ ଠାରୁ ଆମ ଦେଶର ନାମ INDIA ହେବାକଥା କାରଣ ଇଣ୍ଡିଆ ର ପୁରା ନାମ ଆମର ଭାବଧାରା ରେ ହେଉଛି Independent Nation Declered In August 1947 ।ଉକ୍ତ ଦିନ ଟି ଆମର ସମସ୍ତ ଦେଶବାସୀ ଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ।ଦେଶକୁ ସ୍ୱାଧୀନ କରିବାପାଇଁ ଆମର ପୂର୍ବପୁରୁଷ ମାନଙ୍କ ସଂଗ୍ରାମ ର ବିଷୟ ଅନ୍ୟୁନ ବର୍ଷକ ଦୁଇ ଦିନ ଆମେ ସମସ୍ତେ ସ୍ମରଣ କରିଥାଉଁ ।ଏହି ଦୁଇଦିନିଆ ଦିବସ ଗୁଡ଼ିକ ହେଲା  ପ୍ରଥମ ଟି ଅଗଷ୍ଟ ୧୫ ଏବଂ ଦ୍ୱିତୀୟ ଟି ହେଲା ଜାନୁଆରୀ ମାସ ୨୬ ତାରିଖ ।

ଅନେକ ବର୍ଷ ର ସଂଗ୍ରାମ, ଅନେକ ମହା ମନିଷୀ ଙ୍କ ଆତ୍ମବଳିଦାନ ପରେ ଆମେ ସ୍ୱାଧୀନତା ଲାଭ କରିଥିଲେ ମଧ୍ୟ ଆମର ସମ୍ବିଧାନ,ଆମର ଦେଶ ଶାସନ ପ୍ରଣାଳୀ,ଯାହାକୁ ଆମେ କରିଥାଉଁ ଗଣତନ୍ତ୍ର ପଦ୍ଧତି ଏହା ଲାଗୁ ହେଲା ଦେଶ ସ୍ବାଧୀନତା ପାଇବାର ପ୍ରାୟ ଦୁଇବର୍ଷ ପାଞ୍ଚ ମାସ ପରେ । ଭାରତବର୍ଷ ର ସ୍ୱତନ୍ତ୍ର ସମ୍ବିଧାନ ସମ୍ପୁର୍ଣ୍ଣ କରାଯାଇ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଠାରୁ ଦେଶରେ କାର୍ଯ୍ୟକାରୀ ହେଲା ।ଏହି ସମ୍ବିଧାନ ଟି ଦେଶର ଅନେକ ବିଦ୍ୱାନ ବ୍ୟକ୍ତି ଙ୍କ ଯୋଗାଯୋଗ ରେ ବି.ଆର.ଆମ୍ବେଦକର ଙ୍କ ତତ୍ବାବଧାନରେ ପ୍ରଣୀତ ହୋଇ ପାରିଥିବାରୁ ତାଙ୍କୁ ସମ୍ବିଧାନ ର ଜନକ ବୋଲି କୁହାଯାଏ । ସମ୍ବିଧାନର ମୂଳ ଉଦ୍ଦେଶ୍ୟ ଥିଲା ନିଜ ଦେଶକୁ,ନିଜର ତିଆରି ନିତି ନିୟମ, ଶାସନ ପଦ୍ଧତି ଦ୍ଵାରା ଦେଶର ଅଗଣିତ ଜନସାଧାରଣ ଙ୍କ ହିତ ଦୃଷ୍ଟି ରେ, ନିରପେକ୍ଷ ଓ ସରଳ ଶାସନ ଯୋଗାଇ ଦେବା । ସ୍ୱାଧୀନତା ର କିଛି ବର୍ଷ ପର୍ଯ୍ୟନ୍ତ ଏହା ନିରପେକ୍ଷ ଭାବେ ପରିଚାଳନା ମଧ୍ୟ କରାଯାଇ ପାରିଲା କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାର୍ଥପର ମଣିଷ ପକ୍ଷେ ଏହା ସମ୍ଭବ ହୋଇ ପାରିଲା ନାହିଁ lତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଲା କ୍ଷମତା ଦଖଲ ର ନିଶା ।ସମସ୍ତ ଙ୍କୁ ଘାରିଲା ଚଉକି ଦଖଲ ର ନିଶା ।ଆମେ ସମସ୍ତେ ଭୁଲିଯାଉଁ ସମ୍ବିଧାନର ନିତି ନିୟମ, ନିରପେକ୍ଷତା କୁ ।ସମ୍ବିଧାନରେ ପ୍ରଣିତ ହୋଇଥିବା ବିଭିନ୍ନ ନିୟମ କୁ, ଭୁଲିଯାଉଁ ଗାଣତନ୍ତ୍ରୀକ ପଦ୍ଧତି କୁ ।କାଢି ଚାଲୁ ଜିରା ରୁ ଶିରା ପର୍ଯ୍ୟନ୍ତ ଏବଂ ପଛରେ ପଡିଯାଏ ସମସ୍ତ ପ୍ରକାର ଆଇନ କାନୁନ୍ । ସମ୍ବିଧାନ ରେ ପ୍ରଣୀତ ଧାରା ଗୁଡ଼ିକୁ କରିଚାଲିଛୁଁ ବେଖାତିର,ଭୁଲିଯାଉଁ ଜାତୀୟ ସଂହତି, ଜାତୀୟ ଅଖଣ୍ଡତାକୁ । ଚିନ୍ତା କରିଥାଉଁ କେବଳ ଦଳୀୟ ଏକାଗ୍ରତା କୁ,ଦେଶ ଅଖଣ୍ଡତାକୁ ନିଜନିଜ ଭିତରେ ବଢିଚାଲେ ଦଳୀୟ ଶତୃତା । ପରବର୍ତ୍ତୀ ସମୟରେ ତାହା ଋପ ନେଉଛି ଦଳୀୟ ଶତୃତା ରୁ ବ୍ୟକ୍ତିଗତ ଶତୃତା କୁ ।ଏହା ଲକ୍ଷ ନଥିଲା ସମ୍ବିଧାନ ପ୍ରଣେତା ବିଶାରଦ ଙ୍କ । ସେମାନଙ୍କ ସ୍ୱପ୍ନ ଥିଲା ଦେଶର ସୁଶାସନ ବହୁ ଦଳୀୟ ପଦ୍ଧତି ରହୁ କିନ୍ତୁ ଦଳୀୟ ମତଭେଦ ରୁ ଦେଶର ସମ୍ବିଧାନ,ଦେଶର ଅଖଣ୍ଡତା ରେ କୈାଣସି ପ୍ରକାରର ବିଷାକ୍ତ ବାୟୁ ପ୍ରବେଶ ନ କରୁ । କିନ୍ତୁ ଆଜି ଦେଶର ଅବସ୍ଥା କଣ ? ଯେଉଁ ପଟେ ଦେଖିଲେ ସମ୍ବିଧାନର ହତ୍ୟା ଚାଲିଛି ।ନିଜନିଜ ଦଳର ସ୍ୱାର୍ଥ ପାଇଁ ଉଲଙ୍ଘନ ହେଉଛି ସମସ୍ତ ପ୍ରକାର ର ନିତି ନିୟମ । କ୍ଷମତାସୀନ ସବୁବେଳେ ଚାହୁଁଛନ୍ତି କ୍ଷମତା ଲଡୁ ଖାଇବାପାଇଁ ।ଦେଶର ରାଜ୍ୟ ର ସ୍ୱାର୍ଥ ଯାଉ ପଛେ ଚୁହ୍ଲିକି,ରହୁ ତାଙ୍କ କ୍ଷମତା ଓ ଗାଦି ।ଏହି ସଂକିର୍ଣ୍ଣ ରାଜନୀତି,ସଂକିର୍ଣ୍ଣ ମନୋଭାବ ହେତୁ ଦେଶର ସମ୍ବିଧାନ ଆଜି କ୍ଷତବିକ୍ଷତ ହୋଇ ପଡ଼ିଛି ତେଣୁ ଆମେ କାହୁଁ "ଇଣ୍ଡିଆ ୱାଜ୍ ଏ ଡେମୋକ୍ରେଟିକ କଣ୍ଟ୍ରି" । ଏଥିପାଇଁ ଦାୟୀ କେବଳ ଦଳୀୟ ସ୍ୱାର୍ଥ ଏବଂ ନେତା ଗଣ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଚାଲିଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ କଥା । ମହାମାରୀ କରୋନା ଦେଶରେ, ରାଜ୍ୟ ରେ କାୟା ବିସ୍ତାର କରି ଉତ୍ପାତ ମଚାଇ ଚାଲିଥିଲାବେଳେ ତରବରିଆ ଭାବେ ଘୋଷଣା କରାଯାଇଥିବା ପଞ୍ଚାୟତ ନିର୍ବାଚନ କୁ ବିଚାର କୁ ନିଆଯାଉ । ସରକାର ଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ କ୍ଷମତାସୀନ ପ୍ରତିନିଧି ମାନେ କ୍ଷମତାରୁ ବାହାରି ଗଲାପରେ ନିର୍ବାଚନ ହେଲେ ସମସ୍ତ ପ୍ରକାର ର ସରକାରୀ ସହାୟତା ରୁ ବଞ୍ଚିତ ହେବେ ତେଣୁ କ୍ଷମତାସୀନ ଦଳର ପ୍ରତିନିଧି ସଂଖ୍ୟା ରେ ହ୍ରାସ ଅନୁମାନ କରାଯାଇ ତରବରିଆ ଭାବେ ନିର୍ବାଚନ ଡାକରା ଦିଆଗଲା । ରାଜ୍ୟ ର ନିର୍ବାଚନ ଅଧିକାରୀ ଯେଉଁ ସବୁ ସର୍ତ୍ତ ନିର୍ବାଚନ ଆଚରଣବିଧି ରେ ଘୋଷଣା କରିଛନ୍ତି ତାହା କେବଳ ପ୍ରଯୁଜ୍ୟ କେତେକ ନିର୍ଦ୍ଦିଷ୍ଟ ଦଳ ଙ୍କ ପାଇଁ । ଦୂରଦର୍ଶନ ମାଧ୍ୟମରେ ଯାହା ଦେଖାଯାଏ ସବୁ ନିୟମ ର ଉଲଙ୍ଘନ କରାଯାଉଛି । କିଛିଦିନ ତଳେ ରାଜ୍ୟ ର ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ର ଏକ ସଭାରେ ଉପସ୍ଥିତ ବ୍ୟକ୍ତିଙ୍କୁ ମାଁ ତାରିଣୀ ଙ୍କ ନାମରେ ଶପଥ ପାଠ କରାଯାଉଥିଲା ଯେ, ସେଠାକାର ଜନତା ବଞ୍ଚିଥିବା ପର୍ଯ୍ୟନ୍ତ ବିଧାୟକ ବଦ୍ରି ନାରାୟଣ ଙ୍କ ଠାରେ ଅନୁଗତ ରହିବେ, ତାଙ୍କ ଦଳର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବେ । ଏଠାରେ ଉଲ୍ଲେଖଯୋଗ୍ୟ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ କୈାଣସି ରାଜନୈତିକ ଦଳ ର ଟିକେଟ ରୁ ଲଢ଼ୁ ନଥିବା ଆମେ ଜାଣିଛୁ ତେବେ ଏପରି ଶପଥ ପାଠ ଏଠାରେ ପ୍ରଯୁଜ୍ୟ କି ? ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ଘୋଷଣା ପ୍ରକାରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ୫ ରୁ ୬ ଜଣଙ୍କୁ ଅନୁମତି ଦିଆଯାଇଛି । କିନ୍ତୁ ୫ ରୁ ୬ ଟି ଗ୍ରାମର ବାସିନ୍ଦା ଏକତ୍ରିତ ହୋଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ଦୂରଦର୍ଶନ ରେ ପ୍ରସାରିତ

ହୋଇଥିବା ଦେଖାଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ମଧ୍ୟ ଚୁପ୍ ।ପ୍ରଶ୍ନ ଉଠେ ଘୋଷିତ କଟକଣା କେବଳ ବିରୋଧି ଙ୍କ ପାଇଁ କାହିଁକି ? ଏହାହିଁ କଣ ସେମାନେ ପଢିଥିବା ସମ୍ବିଧାନ କି ? ନିର୍ବାଚନ ରଣାଙ୍ଗନରେ ସରକାରୀ ଅଧିକାରୀ ମାନେ କ୍ଷମତାସୀନ ଦଳର ହାତବାରିସୀ ସାଜିଥିବା ଜନସାଧାରଣ ଚର୍ଚ୍ଚା ହୁଏ । ତର୍ଜମା କରାଗଲେ ସମ୍ବିଧାନର ଉଲଙ୍ଘନକାରୀ କେବଳ ବଡ଼ବଡ଼ ବାବୁ, ଭାୟା,ରାଜନେତା, ମନ୍ତ୍ରୀ, ଯନ୍ତ୍ରୀ, ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିବା ବେଶ ପ୍ରମାଣିତ । ସମ୍ବିଧାନ କୁ କ୍ଷତବିକ୍ଷତ କରୁଥିବା ଏହି ବାବୁ,ଭାୟା ଙ୍କ ପାଇଁ ହିଁ 'ଇଜ୍' ଶବ୍ଦ ପରିବର୍ତ୍ତେ 'ୱାଜ୍' ଶବ୍ଦ ଏଠାରେ ପ୍ରଯୁଜ୍ୟ ଅଟେ । ଏଥିପାଇଁ ଦେଶର କୈାଣସି ସଚେତନ ନାଗରିକ ମର୍ମାହତ ହେବା ସ୍ୱାଭାବିକ ତଥା ସମ୍ବିଧାନ ପ୍ରଣେତାମାନେ ମଧ୍ୟ ପରଧାମ ରେ ଥାଇ ମ୍ରିୟମାଣ ହେଉଥିବା ନିଃସନ୍ଦେହ । ବର୍ତ୍ତମାନ ପରିସ୍ଥିତି ରେ ଦେଶର ଗର୍ବକୁ ଅକ୍ଷୁର୍ଣ୍ଣ ରଖିବାର କର୍ତ୍ତବ୍ୟ ହେଉଛି ଦେଶବାସୀଙ୍କର, ସାଧାରଣ ଜନତା ଙ୍କର । କୈାଣସି ପ୍ରଲୋଭନ ର ବଶବର୍ତ୍ତୀ ନ ହୋଇ ନିଜର ସ୍ୱାଭିମାନ ନାଗରିକତା ଅଧିକାର କୁ ବିବେକାନୁସାରେ ସାବ୍ୟସ୍ତ କରାଗଲେ ଦେଶର ସମ୍ମାନ ସମ୍ବିଧାନ ପ୍ରତି ହେବ ଦେଶବାସୀ ଙ୍କ ଗଭୀର ଶ୍ରଦ୍ଧାଞ୍ଜଳି । ଏହାହିଁ ସାଧାରଣତନ୍ତ୍ର ଦିବସ ରେ ଆହ୍ୱାନ 
         ପ୍ରସ୍ତୁତି : ନିରଞ୍ଜନ ତ୍ରିପାଠୀ ପଦ୍ମପୁର, ବରଗଡ
         ମୋବାଇଲ ନଂ-୯୯୩୭୨୪୫୦୦୬


News Comment




Photo in News

Advertisment
Lastest News
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026

You Might Also Like