-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲାକର୍ଲାମୁଣ୍ଡା ବ୍ଲକ ର ରାଜପୁର ପଂଚାୟତ ର ସରପଞ୍ଚ ଭାବେ ଶ୍ରୀମତୀ କୌଶଲ୍ୟା ରଣା ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ଏହି ପଂଚାୟତ ପାଇଁ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଆଜି ଶେଷ ଦିବସ ରେ ଅନ୍ୟ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବାରୁ ଶ୍ରୀମତୀ ରଣା ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ସେଇପରି ସାପଲହରା ପଂଚାୟତ ର ସରପଞ୍ଚ ଭାବେ ରାଜେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ଏହି ପଂଚାୟତ ପାଇଁ ଚାରି ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ତିନି ଜଣ ପ୍ରତ୍ୟାହାର କରିବାରୁ ଶ୍ରୀମତୀ ସେନାପତି ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ଗତ ନିର୍ବାଚନ ରେ ମଧ୍ୟ ଏହି ପଂଚାୟତ ର ସରପଞ୍ଚ ଭାବେ ପୃଥ୍ୱୀରାଜ ମାଝୀ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିଲେ l