-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ସର୍ବଦା କାର୍ଯ୍ୟରତ l ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମlଞ୍ଚଳରେ ବସବାସ କରନ୍ତି l ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ l ଶିକ୍ଷା ବିନା ପ୍ରଗତି ଅସମ୍ଭବ l ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ ବୋଲି ଆଜି ଏକ ଖବରଦାତା ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ରାଜ୍ୟ ବରିଷ୍ଟ ଉପଦେଷ୍ଟା ଗୋପାଳଜୀ ପାଣିଗ୍ରାହୀ, ବଲାଙ୍ଗୀର ଆବାହକ ଚକ୍ରପାଣି ମିଶ୍ର, ସାଧାରଣ ସମ୍ପାଦକ ଶିବରାମ ନାୟକ, ଭୁବନେଶ୍ୱର ଜିଲ୍ଲା ଆବାହକ ପ୍ରଦୀପ୍ତ ମିଶ୍ର କହିଛନ୍ତି
ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବlକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି l ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି l ଏଥିପାଇଁ ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଂ ନିବେଦନ କରିଅଛୁ l ୨୯୯୨ ମସିହାରେ ୭୩ ତମ ସମ୍ବିଧାନ ସଂଶୋଧନ ଅନୁସାରେ ୧୧ ଧାରା ଅନୁସାରେ ୨୯ ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି l ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସେମାନଙ୍କ ଦାଇତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇ ପାରି ନାହିଁ l ଓଡ଼ିଶାରେ ପ୍ରାୟ ୮୭୫୦ ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି, ବଲାଙ୍ଗୀର ଜିଲ୍ଲାରେରେ ପ୍ରାୟ ୨୫୪ ଗୋଟି ସ୍କୁଲ ଗତ ବର୍ଷ ସମ୍ପୂର୍ଣ ବନ୍ଦ ହୋଇଛି, ସେହି ଅଭିଭାବକ ମାନେ ଦାବି କରୁଛନ୍ତି ଯେଉଁ ସରପଞ୍ଚ, ଜ଼ିଲ୍ଲାପରିଷଦ, ସମିତି ସଭ୍ୟ ଏହି ବନ୍ଦ ସ୍କୁଲ ଖୋଲିବ ଅଭିଭାବକ ମାନେ ତାଙ୍କୁ ସମର୍ଥନ କରିବେ l ତାସହ ଜିଲ୍ଲାରେ ୨୫% ବେସରକାରୀ ସ୍କୁଲରେ ମାଗଣା ନାମ ଲେଖା, ଜିଲ୍ଲାରେ ପାଠପଢା ଛାଡିଥିବା ଦାଦନ ଯାଇଥିବା ପିଲାମାନଙ୍କୁ ପୁଣି ଫେରିଇ ଆଣି ପଢେଇବା, ଅଭିଭାବକ ଓ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇ ଥର କରି ଆବଶ୍ୟକତା ଚିକତ୍ସା ସେମାନଙ୍କୁ ଯୋଗେଇବା ସହ ବହି ଓଜନ କମେଇବା ପାଇଁ NCERT ବହି ପ୍ରଚଳନ କରିବା ଆଦି ୫ ଗୋଟି ବିଷୟରେ ପବ୍ଲିକ ସପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି l ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧି ମlନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ, ସଭାପତି ମାନଙ୍କୁ ଭେଟି ଅପିଲ କରିଛନ୍ତି ବୋଲି ମଧ୍ୟ ମହାସଂଘ କହିଛି l ଯେଉଁମାନେ ଶପଥ ପାଠ ଦେବେ ସବୁ ଅଭିଭାବକ ସେହି ପାର୍ଥି ଙ୍କୁ ସମର୍ଥନ ଦେବ l ବଲାଙ୍ଗୀର ଜିଲ୍ଲlରେ ଥିବା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇ ହଷ୍ଟେଲ ବ୍ୟବସ୍ଥା କରିବା ପାଇଁ ମହାସଂଘ ଦାବି କରିଛି l ଏହା ହେଲେ ଶହ ଶହ ଛାତ୍ର ଛାତ୍ରୀ ଏହାର ସୁବିଧା ନେଇ ପାରିବେ l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ୍ତ ମିଶ୍ର, ଆବାହକ, ଭୁବନେଶ୍ୱର, ଜିଲ୍ଲା କର୍ମକର୍ତା ରାଜ୍ୟ ସମ୍ପାଦକ ମହାମାୟା କର, ଚିତ୍ତରଞ୍ଜନ ରଞ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l