-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ଗଞ୍ଜାମ // ଗତକାଲି ଠାରୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ବୁରୁଝରୀ ଠାରେ ରାଜରାସ୍ତାରେ ଚାଷୀ l ଧାନ ବସ୍ତାକୁ ମୁଖ୍ୟ ରାସ୍ତା ଉପରେ ରଖି ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ୨ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସମଧାନର ଫିଟୁନି ବାଟ l ଏପଟେ ଚାଷୀ ଭୋକ ଉପାସରେ ଶୀତ ରାତିରେ ରାସ୍ତା ଉପରେ ପଡିରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଚାଷୀଙ୍କ ସମସ୍ୟା ବୁଝିବାକୁ ବର୍ତମାନ ସୁଦ୍ଧା ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଆଉ ମାତ୍ର ଦୁଇଦିନ ପରେ ଟୋକେନ ଅବଧି ସରୁଥିବାରୁ ଏଯାବତ ମିଲର ଧାନ ନେଉନାହିଁ l କିଭଳି ଧାନକୁ ବିକିବେ ଚାଷୀ ଚିନ୍ତାରେ ରହିଛନ୍ତି l ସେହିଭଳି ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ଜଙ୍ଗଲ ନିଆଁ ଭଳି ଚାଷୀଙ୍କ ପ୍ରତିବାଦ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି l ସୁମଣ୍ଡଳ ଠାରେ ମଧ୍ୟ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି l ଅର୍ଣ୍ଣଦାତା ରାଜରାସ୍ତାକୁ ଆସିଥିବା ବେଳେ ପ୍ରଶାସନ ନୀରବତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଯଦି ଚାଷୀ ମାନଙ୍କ ସମସ୍ୟା ଦୂର ନ ହୁଏ ତାହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି ଚାଷୀ