-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ୧୨ ତମ ଜାତୀୟ ମତଦାତା ଦିବସ ସ୍ଥାନିୟ ଟାଉନହଲ ଠାରେ ପାଳନ କରାଯାଇଅଛି ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି । ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା , ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସନତ କୁମାର ନାୟକ ଓ ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ ଉପସ୍ଥିତ ଥିଲେ ।
ସଭାରେ ପ୍ରଥମେ ଅତିଥି ଆମନ୍ତ୍ରଣ କରାଗଲା, ତା ପରେ ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ବ୍ୟାଚ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଗଲା । ସମସ୍ତ ଅତିଥିଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ଙ୍କ ଦ୍ବାରା ଦୀପ ପ୍ରଜ୍ଵଳନ କରାଗଲା । ମତଦାତା ଦିବସ ଅବସର ରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା ,ବୁଥ ସ୍ଥରୀୟ ଅଧିକାରି ଓ ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ଶପଥ ପାଠ କରାଇଥିଲେ । ତାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ଦ୍ଵାରା ଆୟଜନ କରାଯାଇଥିବା କୁଇଜ ,
ପୋଷ୍ଟର ତିଆରି , ଶ୍ଳୋଗାନ ଲେଖା ଓ ଫେନସି ଡ୍ରେସ ପ୍ରତିଯୋଗିତା ରେ କୃତକାର୍ଯ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଗଲା ଏବଂ ନୂତନ ମତଦାତା ମାନଙ୍କୁ ନୂତନ ଭୋଟରକାର୍ଡ ପ୍ରଦାନ କରାଗଲା । ଗତ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୧୮-୧୯ ବର୍ଷ ବୟସ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିଥିବାରୁ ଜିଲ୍ଲା ର ତିନିଜଣ ଏବଂ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ତିନିଜଣ ବୁଥ ସ୍ଥରୀୟ ଅଧିକାରୀଙ୍କୁ ଉତ୍ସାହିତ ମୂଳକ ପୁରସ୍କୁତ କରାଗଲା । ଶେଷରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଗଲା ।ଅନ୍ୟ ମାନଙ୍କ ମଧ୍ୟରେ ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର , ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁ
ମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।