-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଜ଼ିଲ୍ଲାର ରାଜନୈତିକ ଦଳଙ୍କ ସହ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ

24-Jan-2022




ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସମ୍ବଲପୁର ଜ଼ିଲ୍ଲାପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହିତ ଆଜି ଜ଼ିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ସ୍ଥାନୀୟ ଜ଼ିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା I ସମ୍ବଲପୁର ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମ୍ବଲପୁର ଜ଼ିଲ୍ଲାପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ସୁଶାନ୍ତ ଦାସ ଏବଂ ଅନ୍ୟତମ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅମ୍ବିକା ଭୋଇ ଯୋଗଦେଇ ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ନିର୍ବାଚନ କମିଶନଙ୍କ ନିର୍ଦେଶାବଳିକୁ ସମସ୍ତ ରାଜନୈତିକ ଦଳ କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ I ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥି ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା, କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମୌଖିକ ବା ଲିଖିତଭାବେ ଏପରି କୌଣସି ଭାଷା ବ୍ୟବହାର କରିବେ ନାହିଁ କିମ୍ବା ଏଭଳି କୌଣସି କାର୍ଯ୍ୟ କରିବେ ନାହିଁ ଯାହାକି ବିଭିନ୍ନ ଗୋଷ୍ଠୀ ଓ ସଂପ୍ରଦାୟ ମଧ୍ୟରେ ଧର୍ମ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ଜାତି କିମ୍ବା ଗୋଷ୍ଠୀଭିତ୍ତିରେ ଅନୁସୁୟାଭାବ, ଶତ୍ରୁତା ବା ଘୃଣାଭାବ ସୃଷ୍ଟି କରିବ ବୋଲି ପର୍ଯ୍ୟବେକ୍ଷକ ସୁଶାନ୍ତ ଦାସ ପ୍ରକାଶ କରିଥିଲେ I କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ପ୍ରକାଶ୍ୟ ବା ଗୁପ୍ତ ଭାବରେ ଏଭଳି କୌଣସି ହିଂସାତ୍ମକ କାର୍ଯ୍ୟକଳାପର ଆଶ୍ରୟ ନେବେ ନାହିଁ ବା ସେସବୁକୁ ଉତ୍ସାହିତ କରିବେ ନାହିଁ ଯଦ୍ବାରା ସାଧାରଣ ଶାନ୍ତିଶୃଙ୍ଖଳା ଭଙ୍ଗ ହେବା ସହିତ ଭୋଟର ମାନଙ୍କ ମନରେ ଭୟ ବା ନିରାପତ୍ତା ବିପନ୍ନ ଆଶଙ୍କା ସୃଷ୍ଟି କରିବ I କୌଣସି ଧାର୍ମିକ ସ୍ଥାନ, ସରକାରୀ ଭବନ ବା କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ପ୍ରଚାର/ସଭା/କର୍ମୀ ସମ୍ମିଳନୀ ଇତ୍ୟାଦି କରାଯାଇପାରିବ ନାହିଁ I ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ I ନିର୍ବାଚନ ଆଇନ ଅନୁଯାୟୀ ''ଦୁର୍ନୀତି' ଏବଂ ''ଅପରାଧ'' ବିବେଚିତ ସମସ୍ତ କାର୍ଯ୍ୟରୁ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିବୃତ୍ତ ରହିବେ I ରାଜନୈତିକ ଦଳ ବା ପ୍ରାର୍ଥୀ କୌଣସି ଭୋଟର ବା ଭୋଟର ଗୋଷ୍ଠୀଙ୍କୁ କୌଣସି ପ୍ରକାର ପ୍ରଲୋଭନ ଦେଇପାରିବେ ନାହିଁ ଯାହାକି ଭୋଟରମାନଙ୍କୁ ସେମାନଙ୍କର ଭୋଟଦେବା ଅଧିକାରକୁ ମୁକ୍ତ ଭାବରେ ସାବ୍ୟସ୍ତ କରିବାରେ ବାଧା ସୃଷ୍ଟି କରିବ I ଏହା ସହିତ କୌଣସି ରାଜନୈତିକ ଦଳ ପ୍ରାର୍ଥୀଙ୍କ ନିର୍ବାଚନ ସଭା ଚାଲିଥିବାବେଳେ ବିରୋଧୀ ରାଜନୈତିକ ଦଳ ବା ସେମାନଙ୍କ ସମର୍ଥକ କୌଣସି ପ୍ରକାର ବିଶୃଙ୍ଖଳା ବା ବାଧା ସୃଷ୍ଟି କରିବେ ନାହିଁ I ସର୍ବସାଧାରଣ ସ୍ଥାନରେ ନିର୍ବାଚନ ସଭା କରିବା ଓ ସର୍ବସାଧାରଣ ରାସ୍ତାରେ ଶୋଭାଯାତ୍ରା ନେବା ନିମନ୍ତେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆଗୁଆ ଅନୁମତି ନେବା ଆବଶ୍ୟକ । ଯେଉଁ ଅଞ୍ଚଳରେ କୌଣସି ପ୍ରକାର ନିଷେଧାଜ୍ଞା ବଳବତ୍ତର ଥିବ, ତାହା କଡ଼ାକଡ଼ିଭାବେ ପାଳନ କରିବାକୁ ହେବ I ସାଧାରଣ ସ୍ଥାନମାନଙ୍କରେ ନିର୍ବାଚନ ସଭା ଓ ସର୍ବସାଧାରଣ ରାସ୍ତାରେ ଶୋଭାଯାତ୍ରା ନେବା ନିମନ୍ତେ ଅନୁମତି ଦେବା ସମୟରେ ସମ୍ପୃକ୍ତ କର୍ତ୍ତୃପକ୍ଷ ‘ପ୍ରଥମ ଯିଏ ଆସିବେ ତାଙ୍କୁ ପ୍ରଥମେ ଅନୁମତି ଦିଆଯିବା ’ ଭିଭିରେ ଅନୁମତି ଦେବେ I କୌଣସି ସାଧାରଣ ସଭା ବା ଶୋଭାଯାତ୍ରା ଆୟୋଜନ କରିବାବେଳେ ସ୍ଥାନୀୟ ପୋଲିସ୍ ଓ ମାଜିଷ୍ଟ୍ରେଟଙ୍କୁ ଆଗତୁରା ଜଣାଇବା ଏବଂ ସେମାନଙ୍କର ନିର୍ଦ୍ଦେଶ, ଆଦେଶ ଓ ବାରଣ ମାନିବା ଆବଶ୍ୟକ I ଅନ୍ୟ ଦଳର ନେତା ତଥା ପ୍ରାର୍ଥୀମାନଙ୍କର ଚରିତ୍ର ସଂହାରଦ୍ଵାରା ମନ୍ଦ ମନୋଭାବ ଓ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେଥିରୁ ସମସ୍ତେ ନିବୃତ୍ତ ରହିବେ । ସର୍ବସାଧାରଣରେ ରାଜନୈତିକ ଦଳ ନେତାଙ୍କର କୁଶପୁତ୍ତଳିକା ଦାହ କରିବା, ପ୍ରତିଦ୍ଵନ୍ଦୀ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଜୀବନ ଏବଂ ଅପ୍ରମାଣିତ ଅଭିଯୋଗ ଭିତ୍ତିରେ କୌଣସି ରାଜନୈତିକ ଦଳକୁ ସମାଲୋଚନା କରିବାରୁ ସମସ୍ତେ ବିରତ ରହିବେ I କୌଣସି ନାଗରିକଙ୍କ ବାସସ୍ଥାନ କିମ୍ବା ସରକାରୀ ଅଫିସ୍ ଆଗରେ କୌଣସି ପ୍ରକାରର ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ଶ୍ରୀ ଦାସ ରାଜନୈତିକ ଦଳ ଗୁଡିକୁ ଅବଗତ କରାଇଥିଲେ I ବୈଠକରେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଜ଼ିଲ୍ଲାପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅମ୍ବିକା ଭୋଇ ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନଙ୍କ ଖର୍ଚ୍ଚ ନିର୍ଦେଶାବଳି ସମ୍ପର୍କରେ ଅବଗତ କରାଇଥିଲେ I ଏହି ବୈଠକରେ ପିଡି ଡିଆରଡିଏ ଦିଲୀପ କୁମାର ବଳ ମଂଚାସୀନ ଥିବାବେଳେ ଜ଼ିଲ୍ଲା ପଂଚାୟତ ଅଧିକାରୀ ଗଜେନ୍ଦ୍ର ସାହୁଙ୍କ ସହିତ ଜ଼ିଲ୍ଲା ସ୍ତରୀୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like