-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
କଟକ(ପ୍ରେରଣା ଖବର) : ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ କଟକ ଜଗତପୁର ଗ୍ରାମ ଗୋପୀନାଥଜୀଉ ମନ୍ଦିର ସନ୍ନିକଟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ପରିବେଶ ସମିତି ସଂଯୋଜକ ଅର୍ଜୁନ ବିଶ୍ୱାଳ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଓ ନେତାଜୀଙ୍କ କର୍ମମୟ ଜୀବନ ଉପରେ ସଭାରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘର ସଭାପତି ପାର୍ଥ ସାରଥୀ ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ, ଲିଙ୍ଗରାଜ ପୃଷ୍ଟି, ମଧୁସୂଦନ ମହାରଣା, ଶରତ ଚନ୍ଦ୍ର ବେହେରା, ଚିତ୍ତ ରଞ୍ଜନ ପାଇକ, ଏସ ଡି ରେହେମାନ,ରବୀନ୍ଦ୍ର ନାଥ ପଣ୍ଡା, ଦେବେନ୍ଦ୍ର ନାଥ ସାହୁ, ରମେଶ ଚନ୍ଦ୍ର ବେହେରା, ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ।ଜଗତପୁର ଗ୍ରାମର ୪୫ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ବଲ ବ୍ୟାଡମିଟନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ନିକଟରେ ଅନୁଷ୍ଠିତ ଜାତୀୟ ସବ ଜୁନିଅର ବଲ ବ୍ୟାଡମିଟନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଗତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମି ରେଖା ଚୌଧୁରୀଙ୍କୁ ମୁଖ୍ୟ ଅତିଥିଙ୍କ ଠାରୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।